ଅନ୍ୟାନ୍ୟରାଜନୀତି

ରାଷ୍ଟ୍ରପତି ଙ୍କ ସମସ୍ତ କାର୍ଯ୍ୟକ୍ରମ ଅଞ୍ଚଳକୁ ନୋ-ଡ୍ରୋନ୍ -ଜୋନ୍ ଘୋଷଣା

ଭୁବନେଶ୍ୱର,  ଆଜି ପ୍ରଥମ ଥର ପାଇଁ , ରାଉରକେଲା ଆସୁଛନ୍ତି ,ରାଷ୍ଟପ୍ରତି ଦୈପଦୀ ମୁର୍ମୁ । ରାଷ୍ଟ୍ରପତି ଙ୍କ ସମସ୍ତ କାର୍ଯ୍ୟକ୍ରମ ଅଞ୍ଚଳକୁ, ନୋ-ଡ୍ରୋନ୍ -ଜୋନ୍ ଘୋଷଣା କରାଯାଇଛି।ରାଉରକେଲା ମହାନଗର ନିଗମ ଅଞ୍ଚଳର ପ୍ରାୟ ୬ ହଜାର ଓ ବିଶ୍ରା ବ୍ଲକର ୧ ହଜାର ଛାତ୍ରଛାତ୍ରୀ ସାମିଲ୍ ହେବେ। ମେଲଣ ପଡ଼ିଆରେ ଛାତ୍ରଛାତ୍ରୀ ବିଭିନ୍ନ ନୃତ୍ୟଗୀତର ଅଭ୍ୟାସ୍ କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତର ୨ ଦିନ ପୂର୍ବରୁ ପୋଲିସ୍ ମହାନିର୍ଦ୍ଦେଶକ, ସଂଜୀବ ପଣ୍ତା ରାଉରକେଲା ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର, ସମୀକ୍ଷା କରି ଫେରିଛନ୍ତି।ରାଷ୍ଟ୍ରପତି ରାଉରକେଲା ପହଞ୍ଚିବା ପରେ, କୋଏଲ ନଗର ରି-କ୍ରିଏସନ୍ ପାର୍କ, ଛେଣ୍ତ କଲୋନୀ ସାଇନ୍ସ ପାର୍କି ଓ ପ୍ଲାନେଟୋରିୟମ୍ ଓ ପାନପୋଷ ହକି ଛକ ନିକଟସ୍ତ ରାଉରକେଲା ଓ୍ବାନ୍ ଓ ଆଦିବାସୀ ସଂଗ୍ରହାଳୟ ଉଦଘାଟନ କରିବେ।କମାଣ୍ତର ପାହ୍ୟା ଅଧିକାରୀଙ୍କୁ ସୁରକ୍ଷା ପାଇଁ ମୃତୟନ କରାଯାଇଛି। ୨ ଶହ ଏଏସଆଇ, ଏସଆଇ, ଇନ୍ସପେକ୍ଟର, ଡି-ଏସପି ଓ ଅତିରିକ୍ତ ପୋଲିସ ଅଧିକ୍ଷକ ମୃତୟନ ହେବେ।ବୈଠକ ସମାପ୍ତ ପରେ ରାଷ୍ଟ୍ରପତି ରାଉରକେଲାରୁ ପ୍ରତ୍ୟାବର୍ତ୍ତନ କରି ଝାରସୁଗୁଡ଼ା ଦେଇ ଅପରାହ୍ନ ୪.୫୦ରେ ନୂଆଦିଲ୍ଲୀ ଫେରିଯିବେ ।ରାଉରକେଲାରେ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଭବନ, ବିଜ୍ଞାନ ପାର୍କ ଓ ପ୍ଲାନେଟୋରିୟମ, କୋଏଲ ନଗର ସ୍ଥିତ ପ୍ରମୋଦ ଉଦ୍ୟାନ ପ୍ରକଳ୍ପ ଗୁଡ଼ିକର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

Related Articles

Back to top button