ଅନ୍ତର୍ଜାତୀୟଯୁଦ୍ଧ

ଇରାନର ମତ….

ଭୁବନେଶ୍ୱର ,ଯଦି ଇରାନ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆଲୋଚନା କରିବାକୁ ରାଜି ହୁଏ, ତେବେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ମଙ୍ଗଳବାର ଦିନ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ସହିତ ସେଠାରେ ପହଞ୍ଚିବେ, ବୋଲି ଆଶା କରାଯାଉଛି। ବର୍ତ୍ତମାନର ଯୁଦ୍ଧବିରତି ସମୟସୀମା ଶେଷ ହେବାକୁ ଯାଉଥିବା ବେଳେ ଏହି ଗସ୍ତ ହେଉଛି। ଉପରାଷ୍ଟ୍ରପତି ଭାନ୍ସଙ୍କ ସହିତ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱତନ୍ତ୍ର ପ୍ରତିନିଧି, ଷ୍ଟିଭ୍ ୱିଟକଫ ଯୋଗ ଦେବେ । ଇରାନ ଆମେରିକାର ହର୍ମୁଜ ପ୍ରଣାଳୀର ଅବରୋଧ ସମାପ୍ତ କରିବାକୁ ଦାବି କରିଛି। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ପ୍ରତିଶ୍ରୁତିକୁ ଦୋହରାଇଛନ୍ତି ଯେ ଇରାନକୁ କେବେବି ପରମାଣୁ ଅସ୍ତ୍ର ବିକାଶ କରିବାକୁ ଦିଆଯିବ ନାହିଁ। ତଥାପି, ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ସେ ଇରାନ ନେତାମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ସାକ୍ଷାତ କରିବାକୁ ଇଚ୍ଛୁକ।ଇରାନ ସେପଟେ ଅଂଶଗ୍ରହଣ କରିବାକୁ ମନା କରିଦେଇଛି। ଇରାନ ସ୍ପଷ୍ଟ ଭାବରେ କହିଛି ଯେ ଆଲୋଚନା ପାଇଁ ଏହାର କୌଣସି ଯୋଜନା ନାହିଁ, ଏବଂ କୌଣସି ନିଷ୍ପତ୍ତି ନିଆଯାଇନାହିଁ।ଟ୍ରମ୍ପ କହିଛନ୍ତି ଯେ ସେ ଏବେ “ବୁଧବାର ସନ୍ଧ୍ୟା ସୁଦ୍ଧା ଦୁଇ ସପ୍ତାହର ଅସ୍ତ୍ରବିରତି ସମାପ୍ତ କରିବାକୁ, ବିଚାର କରିବେ। ଇସଲାମାବାଦରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ସେ ଏହାକୁ, ଆଉ ୨୪ ଘଣ୍ଟା ବୃଦ୍ଧି କରିଛନ୍ତି।ରାଷ୍ଟ୍ରପତି କହିଛନ୍ତି ଯେ ତେହେରାନ ଆମେରିକୀୟ ଅଧିକାରୀଙ୍କଠାରୁ ଆସୁଥିବା ବିରୋଧାଭାସୀ ସଙ୍କେତ ବିଷୟରେ ଚିନ୍ତିତ। ସେ ଏହି ସଙ୍କେତଗୁଡ଼ିକୁ ଇରାନକୁ ଆତ୍ମସମର୍ପଣ କରିବାକୁ ଚାପ ପକାଇବାର ପ୍ରୟାସ ଭାବରେ ବର୍ଣ୍ଣନା କରିଥିଲେ। “ଇରାନୀ ଲୋକମାନେ ଚାପ ଆଗରେ ମୁଣ୍ଡ ନୁଆଁଇବେ ନାହିଁ,” ପେଜେଶକିୟାନ ସ୍ପଷ୍ଟ କରିଥିଲେ।

Related Articles

Back to top button