ଅନ୍ୟାନ୍ୟଓଡ଼ିଶା

ଗାଁ ଭିତରେ ପଶି ଦନ୍ତା ହାତୀ କରୁଛି ଉତ୍ପାତ।

ଭୁବନେଶ୍ୱର ,ଗାଁ ଭିତରେ ପଶି ଦନ୍ତା କରୁଛି ଉତ୍ପାତ। ହାତୀ-ମଣିଷ ଲଢ଼େଇ ଏବେ ଚରମ ସୀମାରେ।

ଗାଁ ମୁଣ୍ଡରେ ହାତୀକୁ ଦେଖି ଲୋକେ, ଜୀବନ ବିକଳରେ ଏପଟ ସେପଟ ଦୌଡ଼ୁଛନ୍ତି।  ଅନ୍ୟପଟେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି।

ହାତୀର ଗତିବିଧି ଉପରେ ନଜର ରଖିବା ସହ ତାକୁ ଜଙ୍ଗଲ ଆଡ଼କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି।

ହେଲେ ହାତୀଟି ଜଙ୍ଗଲ ଛାଡ଼ିବାକୁ ନାରାଜ। ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ମାଇକ୍ ଯୋଗେ ପ୍ରଚାର କରାଯାଉଛି।ଖାଲି ଗାଁରେ ପଶୁନି ବରଂ ଏକର ଏକର ଚାଷ ଜମିରେ ପଶି ଧାନ ଫସଲକୁ ଦଳି ଚକଟି ନଷ୍ଟ କରିଦେଇଛି ଏହି ଦନ୍ତା।

ଗରିବ ଚାଷୀର ବର୍ଷକର ଆହାରକୁ ଆଖିପିଛୁଳାକେ ଉଜାଡ଼ି ଦେଇଛି ବନ୍ୟଜନ୍ତୁ। ଗାଁରେ ଉତ୍ପାତ କରିବା ପରେ ଏବେ ବେଗୁନାଡିହା ନିକଟ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଛି ଏହି ବିରାଟକାୟ ହାତୀ।

Related Articles

Back to top button