Uncategorized

ଦଳିଦେଲା ଦନ୍ତା: ରାସ୍ତାରେ ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ପ୍ରତିବାଦ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ପୁଣି ଦନ୍ତା ହାତୀର ଆତଙ୍କ ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ବେଗୁନିଆ ବ୍ଲକ ନିଧିପୁର ଆଦିବାସୀ ସାହିର ସୁଶାନ୍ତ କୁମାର ନାୟକ (୩୫)। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ସୁଶାନ୍ତ ହଜ ଅଞ୍ଚଳରୁ ନିଜ କାମ ସାରି ସାଇକେଲ୍‌ରେ ଘରକୁ ଫେରୁଥିଲେ। ହଜ-ନିଧିପୁର ରାସ୍ତାର କଲରାଝର ଗାଁ ଶେଷମୁଣ୍ଡରେ ଏକ ଦନ୍ତା ହାତୀ ସହ ତାଙ୍କର ସାମ୍ନାସାମ୍ନି ହୋଇଥିଲା। ଦନ୍ତାଟି ସୁଶାନ୍ତଙ୍କୁ ଦଳି ଦେବା ସହ ତାଙ୍କ ସାଇକେଲକୁ ସମ୍ପୂର୍ଣ୍ଣ ଭାବେ ଚୁରମାର୍ କରିଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ମୃତ ସୁଶାନ୍ତ ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ତାଙ୍କ ମୃତ୍ୟୁ ପରେ ବୃଦ୍ଧା ବିଧବା ମା’, ସ୍ତ୍ରୀ, ନବମ ଶ୍ରେଣୀରେ ପଢୁଥିବା ପୁଅ ଓ ଷଷ୍ଠ ଶ୍ରେଣୀରେ ପଢୁଥିବା ଝିଅ ଅସହାୟ ହୋଇପଡ଼ିଛନ୍ତି। ଆଜି ସକାଳୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀ ମୃତଦେହକୁ ରାସ୍ତାରେ ରଖି ପ୍ରତିବାଦ କରିବା ସହ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି।

Related Articles

Back to top button