ଭୁବନେଶ୍ୱର ,ବିପୁଳ ପରିମାଣର ଗଞ୍ଜେଇକୁ ମାଟି ଖୋଳି ଜବତ କରିଛି ପୋଲିସ। ମାଟି ଖୋଳି ତଳୁ ବଡ ଟ୍ରଙ୍କ ଓ ଡ୍ରମ୍ ଗୁଡିକରେ ଥିବା ୨୦ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ।
ଯାହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଉର୍ଦ୍ଧ୍ବ ହେବ। ଯେଉଁମାନେ ଏହି ବେଆଇନ୍ ଗଞ୍ଜେଇ କାରବାରରେ ଲିପ୍ତ ଅଛନ୍ତି ଖୁବ୍ ଶିଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି।
ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଭିମନପୁର୍ ଗାଁ ନିକଟସ୍ଥ ଜଙ୍ଗଲରେ ମାଫିଆମାନେ କୁଡ଼ିଆ ଘରଗୁଡିକରେ ମାଟି ତଳେ ବିପୁଳ ପରିମାଣର ଗଂଜେଇ ପୋତି ରଖିଥିଲେ।
ଖବର ପାଇବା ପରେ ଆର.ଉଦୟଗିରୀ SDPOଙ୍କ ନେତୃତ୍ବରେ ପୋଲିସ ଟିମ୍ ଚଢ଼ାଉ କରିଥିଲା।
ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଭିମନପୁର୍ ଗାଁ ନିକଟସ୍ଥ ଜଙ୍ଗଲରେ ମାଫିଆମାନେ କୁଡ଼ିଆ ଘରଗୁଡିକରେ ମାଟି ତଳେ ବିପୁଳ ପରିମାଣର ଗଂଜେଇ ପୋତି ରଖିଥିଲେ।