ଦେଶରେ ସୃଷ୍ଟି ହେବ ନାହିଁ ଆର୍ଥିକ ସଙ୍କଟ।

ଭୁବନେଶ୍ୱର ,ତୈଳ ସଙ୍କଟ ହେଲେ ବି ଦେଶରେ, ୧୯୯୧ ଭଳି ବଡ଼ ଆର୍ଥିକ ସଙ୍କଟ ସୃଷ୍ଟି ହେବ ନାହିଁ । ଇରାନ୍ ସାଉଦି ଆରବ, କତାର, ୟୁଏଇ ଓ କୁଏତର ପ୍ରମୁଖ ତୈଳ ଓ ଗ୍ୟାସ୍ ପ୍ଲାଣ୍ଟ୍ ଉପରେ ଭୟଙ୍କର, ଆକ୍ରମଣ କରିଛି । ଏସବୁ କାରଖାନା ଓ ପାଇପ୍ ଲାଇନ୍ ମରାମତି କରିବାକୁ, ମାସ ମାସ ଲାଗିଯାଇପାରେ । ତେଣୁ ଏବେ ତୈଳ ଉତ୍ପାଦନ କମ୍ ରହିଛି । ଯୁଦ୍ଧବିରତି ହୋଇଥିଲେ ମଧ୍ୟ ଜାହାଜଗୁଡିକ ଆଗଭଳି ଧଡାଧଡ୍ ଯାତାୟତ କରିପାରିବେ ନାହିଁ । କାରଣ ଦିନକୁ ଅତିବେଶୀରେ, ୧୫ଟି ଜାହାଜ ଛାଡ଼ିବାକୁ, ସର୍ତ୍ତ ରଖିଛି ଇରାନ୍ । ହର୍ମୁଜ ଦେଇ ସୁରକ୍ଷିତ ଭାବରେ ଯିବାକୁ ହେଲେ ପ୍ରତ୍ୟେକ ଟ୍ୟାଙ୍କର ଏବଂ ଜାହାଜକୁ ଇରାନୀ ସେନାଠାରୁ ଆବଶ୍ୟକୀୟ ଅନୁମତି ନେବାକୁ ପଡିବ ।ଇରାନ-ଆମେରିକା ଅସ୍ତ୍ରବିରତି ପରେ ଖୋଲିଛି, ବିଶ୍ବର ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ଜଳପଥ ହର୍ମୁଜ ପ୍ରଣାଳୀ । ହର୍ମୁଜ ଉପରେ ଅବରୋଧ ହଟାଇଛି ଇରାନ୍ । ତୈଳ ଜାହାଜଗୁଡିକୁ ସୁରକ୍ଷିତ ଯିବାକୁ ଅନୁମତି ଦେଇଛି । ଏହି ବାଟ ଦେଇ ବିଶ୍ୱର ପ୍ରାୟ ୨୦% ତୈଳ ଯାଇଥାଏ । କିନ୍ତୁ ହର୍ମୁଜ ଖୋଲିଥିଲେ ବି ତୈଳ ସଙ୍କଟ ତୁରନ୍ତ, ଦୂର ହେବ ନାହିଁ । ଭାରତକୁ ପର୍ଯ୍ୟାପ୍ତ ତେଲ ଓ ଇନ୍ଧନ ଆସିବାକୁ ଏବେ ବି ଅନେକ ସମୟ ଲାଗିବ । ଦେଶରେ ଦେଖାଦେଇଥିବା ଇନ୍ଧନ ଅଭାବ ଆହୁରି କିଛି ଦିନ କିମ୍ବା କିଛି ମାସ ଲାଗି ରହିପାରେ ।




