ଅନ୍ୟାନ୍ୟଜାତୀୟ

କର୍ଣ୍ଣେଲ ପୁରୋହିତଙ୍କୁ ବ୍ରିଗେଡିୟର ପାହ୍ୟା

ଭୁବନେଶ୍ୱର, ମାଲେଗାଓଁ ବିସ୍ଫୋରଣ ଘଟଣାରେ ନିର୍ଦୋଷରେ ମୁକ୍ତ ହୋଇଥିବା ସ୍ଥଳସେନାର କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତଙ୍କୁ, ବ୍ରିଗେଡିୟର ପାହ୍ୟାକୁ ପଦୋନ୍ନତି ମିଳିଛି। ୨୦୦୮ରେ ମାଲେଗାଓଁ ବିସ୍ଫୋରଣ ଘଟିଥିବାବେଳେ, ଶ୍ରୀକାନ୍ତଙ୍କ ସମେତ ସାଧ୍ବୀ ପ୍ରଜ୍ଞା ଓ ଅନ୍ୟମାନଙ୍କୁ ଦୋଷୀସାବ୍ୟସ୍ତ କରାଯାଇଥିଲା।୨୦୨୫ ଜୁଲାଇ ୩୧ରେ ସ୍ବତନ୍ତ୍ର ଏନଆଇଏ ଅଦାଲତ ସବୁ ଦୋଷୀଙ୍କୁ ଖଲାସ କରିଥିଲେ। ନିର୍ଦୋଷ ପ୍ରମାଣିତ ହେବା ପରେ, ଶ୍ରୀକାନ୍ତଙ୍କୁ କର୍ଣ୍ଣେଲ ପାହ୍ୟା ମିଳିଥିଲା। ଶ୍ରୀକାନ୍ତ ୨୦୨୬ ମାର୍ଚ୍ଚ ୧୬ରେ, ଅବସର ଗ୍ରହଣ କରିବା କଥା। ତେବେ ପଦୋନ୍ନତି ପ୍ରସଙ୍ଗ ବିଚାରାଧୀନ ଥିବାରୁ ଆର୍ମଡ ଫୋର୍ସେସ ଟ୍ରାଇବୁନାଲ ଶ୍ରୀକାନ୍ତଙ୍କ ଅବସର ଉପରେ ରହିତାଦେଶ ଜାରି କରିଛନ୍ତି। ୨୦୧୭ରେ ସୁପ୍ରିମକୋର୍ଟରୁ ଶ୍ରୀକାନ୍ତଙ୍କୁ, ଜାମିନ ମିଳିଥିଲା।ସେ ପୁଣି ସେନାରେ ପୁନଃ ଅବସ୍ଥାପିତ ହୋଇଥିଲେ ସୁଦ୍ଧା ତାଙ୍କର ବରିଷ୍ଠତାକୁ ଉପେକ୍ଷା କରାଯାଇଥିବାବେଳେ ପଦୋନ୍ନତି ମିଳିନଥିଲା।ଦୀର୍ଘ ୧୭ ବର୍ଷର ଆଇନଗତ ଲଢେଇ ପରେ , ନିର୍ଦୋଷରେ ମୁକ୍ତ ହୋଇଥିବା ସ୍ଥଳସେନାର କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତଙ୍କୁ ବ୍ରିଗେଡିୟର ପାହ୍ୟାକୁ ପଦୋନ୍ନତି ମିଳିଛି।

Related Articles

Back to top button