ଜାତୀୟ

ବଢ଼ିଲା ବିମାନ ଭଡ଼ା

ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ, ବିମାନ ଭଡ଼ା ବଢ଼ାଇଲା ଏୟାର ଇଣ୍ଡିଆ । ନୂଆ ଦର ୮ ଏପ୍ରିଲ ସକାଳ ୯ଟା ପର ଠାରୁ ଲାଗୁହେବ । ନୂଆ ନିୟମ ଅନୁସାରେ ଦୂରତା ହିସାବରେ ଯାତ୍ରୀମାନେ ଅତରିକ୍ତ ଭଡ଼ା ଦେବେ । ବିମାନ ଇନ୍ଧନ ଦର ବୃଦ୍ଧି ଯୋଗୁଁ ଏହି ନିଷ୍ପତ୍ତି ନେଇଛି ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆ ଏକ୍ସପ୍ରେସର ଯାତ୍ରୀମାନଙ୍କୁ ମଧ୍ୟ ବର୍ଦ୍ଧିତ ଭଡ଼ା ଦେବାକୁ ପଡ଼ିବ ।

ଆସନ୍ତାକାଲି ଠାରୁ ବିମାନର ଦୂରତା ଅନୁଯାୟୀ ୨୯୯ ଟଙ୍କାରୁ ୮୯୯ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଭଡ଼ା ଦେବାକୁ ହେବ । ୫୦୦ କିମିରୁ କମ୍ ଦୂରତା ପାଇଁ ୨୯୯ ଟଙ୍କା, ୫୦୧ କିମିରୁ ୧,୦୦୦ କିମି ମଧ୍ୟରେ ୩୯୯ ଟଙ୍କା, ୧,୦୦୧ କିମିରୁ ୧,୫୦୦ କିମି ମଧ୍ୟରେ ଅତିରିକ୍ତ ୫୪୯ ଟଙ୍କା, ୧,୫୦୧ କିମିରୁ ୨,୦୦୦ କିମି ମଧ୍ୟରେ ୭୪୯ ଟଙ୍କା ଏବଂ ୨,୦୦୦ କିମିରୁ ଅଧିକ ଦୂରତା ପାଇଁ ଅଧିକ ୮୯୯ ଟଙ୍କା ଦେବାକୁ ହେବ । ଏହି ନୂଆ ଦର ୮ ଏପ୍ରିଲ ସକାଳ ୯ଟା ପରେ ବୁକିଂ ହେଉଥିବା ଟିକେଟ୍ ଉପରେ ଲାଗୁ ହେବ । ପୂର୍ବରୁ ଟିକେଟ୍ ବୁକ୍ ହୋଇସାରିଥିବା ଟିକେଟ୍ ଉପରେ କୌଣସି ଅଧିକ ଚାର୍ଜ ଲାଗିବ ନାହିଁ ।

 

Related Articles

Back to top button