ପାକିସ୍ତାନ ସରକାର ଙ୍କ ନିଷ୍ପତ୍ତି

ଭୁବନେଶ୍ୱର,ସୋମବାର ଦିନ ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଶକ୍ତି ବଞ୍ଚାଇବା ପାଇଁ ସିନ୍ଧ ପ୍ରଦେଶକୁ ଛାଡ଼ି ସାରା ଦେଶର, ବଜାର ଏବଂ ଶପିଂ ମଲ୍ଗୁଡ଼ିକ ରାତି ୮ଟା ସୁଦ୍ଧା ବନ୍ଦ ହୋଇଯିବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଇସଲାମାବାଦରେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ, ବେକେରୀ, ରେଷ୍ଟୁରାଣ୍ଟ, ତନ୍ଦୁର ଏବଂ ଖାଦ୍ୟପେୟ ଜିନିଷ ବିକ୍ରି କରୁଥିବା ଦୋକାନଗୁଡ଼ିକ ରାତି ୧୦ଟା ସୁଦ୍ଧା ବନ୍ଦ ହୋଇଯିବ। ସେହିପରି ମ୍ୟାରେଜ୍ ହଲ୍ ଏବଂ ବିବାହ ସମାରୋହ ପାଇଁ ବ୍ୟବହୃତ ହେଉଥିବା ଅନ୍ୟାନ୍ୟ ବ୍ୟବସାୟିକ ସ୍ଥାନଗୁଡ଼ିକ ମଧ୍ୟ ସମାନ ସମୟ ସୁଦ୍ଧା ବନ୍ଦ କରିବାକୁ ପଡ଼ିବ। ବିବୃତ୍ତିରେ ଆଗକୁ କୁହାଯାଇଛି ଯେ, ବ୍ୟକ୍ତିଗତ ସ୍ଥାନ ଏବଂ ଘରଗୁଡ଼ିକରେ ମଧ୍ୟ ରାତି ୧୦ଟା ପରେ ବିବାହ ଉତ୍ସବ ଆୟୋଜନ କରିବା ଉପରେ କଟକଣା ଲଗାଯାଇଛି।କେପି ର ଡିଭିଜନାଲ ମୁଖ୍ୟାଳୟଗୁଡ଼ିକରେ ବଜାରଗୁଡ଼ିକୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ଦିଆଯିବ ଏବଂ ସିନ୍ଧର ବଜାରଗୁଡ଼ିକର ସମୟ ସୀମାକୁ ନେଇ ଏବେ ମଧ୍ୟ ଆଲୋଚନା ଚାଲିଛି। ଏହି ସମୟରେ, ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ କେପିର ବାକି ଅଞ୍ଚଳ, ପଞ୍ଜାବ, ବାଲୁଚିସ୍ତାନ, ଇସଲାମାବାଦ, ଗିଲଗିଟ୍-ବାଲ୍ଟିସ୍ତାନ ଏବଂ ଅନ୍ୟାନ୍ୟ ସ୍ଥାନରେ ବଜାର ଓ ଶପିଂ ମଲ୍ଗୁଡ଼ିକ ରାତି ୮ଟା ସୁଦ୍ଧା ବନ୍ଦ ହୋଇଯିବ।ତେବେ, ମେଡିକାଲ୍ ଷ୍ଟୋର ଏବଂ ଔଷଧ ଦୋକାନଗୁଡ଼ିକୁ ଏହି ସମୟ କଟକଣାରୁ ଛାଡ଼ କରାଯାଇଛି। ଏହି ନୂଆ ନିୟମ ଏପ୍ରିଲ ୭, ରୁ ଲାଗୁ ହେବ।




