ଓଡ଼ିଶାଜାତୀୟରାଜନୀତି

ଇଷ୍ଟ କୋଷ୍ଟ ରେଲୱେକୁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର !

 ମୋବାଇଲ ନ୍ୟୁଜ 24×7 ;  ଇଷ୍ଟ କୋଷ୍ଟ ରେଲୱେ ଡିଭିଜନରୁ ଅଲଗା ହେବ ପଲାସା-ଇଚ୍ଛାପୁରମ୍ । ରେଲୱେ ବୋର୍ଡ ଏହି ନିଷ୍ପତ୍ତି ନେଇଛି ।  ଖୋର୍ଦ୍ଧା ସହ ଯୋଡିହୋଇ ରହିଥିବା ପଲାସା ଏବଂ ଇଚ୍ଛାପୁରମକୁ ଓଡିଶାରୁ ଅଲଗା କରି ଦକ୍ଷିଣତଟ ରେଲୱେ ସହ ଯୋଡ଼ାଯିବ । ଏହା ବିଶାଖାପଟ୍ଟନମ୍ ସହ ମିଶିବ । ଏହି ନିଷ୍ପତ୍ତି ପରେ ଓଡିଶାରେ ଦେଖା ଦେଇଛି ତୀବ୍ର ପ୍ରତିବାଦ । ବିଜେଡି, କଂଗ୍ରେସ ସହ ବିଜେପିର ବିଧାୟକ ମଧ୍ୟ ଏପରି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଇଷ୍ଟ କୋଷ୍ଟ ରେଲୱେ ଡିଭିଜନ ପ୍ରତିବର୍ଷ ପାଖାପାଖି ୨୫ ହଜାର କୋଟି ଟଙ୍କାର ସିଂହଭାଗ ଆୟ ଭାରତ ସରକାରଙ୍କୁ ପ୍ରଦାନ କରିଥାଏ । ଏବେ ପଲାସା ଏବଂ ଇଚ୍ଛାପୁରମ୍ ଅଲଗା ହେବା ଦ୍ୱାରା ଇଷ୍ଟକୋଷ୍ଟ ରେଲୱେ ଡିଭିଜନ ୧୦ ହଜାରରୁ ୧୨ ହଜାର କୋଟି ଟଙ୍କା ଆୟ ହରାଇବ । ଯାହାର ଫାଇଦା ଆନ୍ଧ୍ର ପ୍ରଦେଶକୁ ମିଳିବ । ଏ ନେଇ ପ୍ରେସମିଟରେ ବର୍ଷିଛି ବିଜେଡି । ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସଚ୍ଚୀ ନାୟକ ଏବଂ ଲେନିନ ମହାନ୍ତି କ’ଣ କହୁଛନ୍ତି ଦେଖନ୍ତୁ –

Related Articles

Back to top button