
ଭୁବନେଶ୍ୱର , S C B ଅଗ୍ନିକାଣ୍ଡ ଘଟଣା କୁ ନେଇ ବିରୋଧୀ ୧୭ ତାରିଖ ରୁ ପ୍ରତିବାଦ କରି, ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଇସ୍ତଫା ଦାବିକରି ଆସୁଛନ୍ତି। ଯାହାକୁ ନେଇ ବିଧାନସଭା ରେ, ଅଚଳାବସ୍ଥା ଜାରି ରହିଛି । ବିଜୁ ବାବୁଙ୍କ ସମ୍ପର୍କରେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ଦେଇଥିବା ବିବାଦୀୟ ମନ୍ତବ୍ୟ ରାଜ୍ୟ ରାଜନୀତି ରେ ନୂଆ ଝଡ଼ ସ୍ରୁଷ୍ଟି କରିଛି । ଏହି ପ୍ରସଙ୍ଗ ମଧ୍ୟ ଆଜି ଗୃହରେ, ଉଠିଛି । ହଟ୍ଟଗୋଳ ଭିତରେ ଗୃହ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବି ରହିଥିଲା।ଆଜି ବି ଚାଲିପାରିନି ବିଧାନସଭା। ବିଜୁ ବାବୁଙ୍କ ପ୍ରତି ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ନେଇ, ଗୃହ ମଧ୍ୟରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ବିଜୁ ବାବୁଙ୍କ ପ୍ରତି ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ନେଇ, ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ପ୍ରବଳ ନାରାବାଜି କରିଛନ୍ତି। ସେପଟେ ଆଜି ଗୃହ ରେ, ୨୦୨୬-୨୭ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ । ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ, ନଗର ଉନ୍ନୟନ, ଜଙ୍ଗଲ ଓ ପରିବେଶ ବିଭାଗ, ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ନିୟୋଜନ ବିଭାଗ ର ପ୍ରଶ୍ନ କାଳ ରହିଛି ।




