ଅନ୍ତର୍ଜାତୀୟଯୁଦ୍ଧ

ପାକିସ୍ତାନରେ ୨ ଦିନିଆ ଲକ୍‌ଡାଉନ୍

ଇସଲାମାବାଦ, ୩୦ ମାର୍ଚ୍ଚ ୨୦୨୬: ପଶ୍ଚିମ ଏସିଆରେ ଲାଗିରହିଥିବା ଭୟଙ୍କର ଯୁଦ୍ଧର ପ୍ରଭାବ ଏବେ ସାରା ବିଶ୍ୱରେ ଦେଖିବାକୁ ମିଳୁଛି। ଏହି ସଙ୍କଟକୁ ଦୃଷ୍ଟିରେ ରଖି ପଡ଼ୋଶୀ ପାକିସ୍ତାନରେ ୨ ଦିନିଆ ଲକ୍‌ଡାଉନ୍ ପାଇଁ ପ୍ରସ୍ତୁତି ଚାଲିଛି। ପାକ୍ ଗଣମାଧ୍ୟମର ସୂଚନା ଅନୁଯାୟୀ, ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ଅସ୍ଥିରତା ଏବଂ ସମ୍ଭାବ୍ୟ ସଙ୍କଟର ମୁକାବିଲା କରିବା ପାଇଁ ପାକିସ୍ତାନ ସରକାର ଏଭଳି ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି।

ସୂଚନା ଅନୁଯାୟୀ, ପାକିସ୍ତାନର ଏହି ପ୍ରସ୍ତାବିତ ଲକ୍‌ଡାଉନ୍ ଶନିବାର ଦିନ ୧୨ଟାରୁ ଆରମ୍ଭ ହୋଇ ରବିବାର ରାତି ୧୨ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ୨ ଦିନିଆ କଟକଣା ସମୟରେ ଦେଶର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଦୋକାନ ବଜାର ବନ୍ଦ ରହିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ପୋର୍ଟ, ବିମାନବନ୍ଦର ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଯାତାୟତ ସେବା ଜାରି ରହିବ ବୋଲି ଜଣାପଡ଼ିଛି। ମାତ୍ର ସାଧାରଣ ଜୀବନଯାତ୍ରା ଏହି ୨ ଦିନ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେବାକୁ ଯାଉଛି।

ଯଦିଓ ଲକ୍‌ଡାଉନ୍ ନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି, କିନ୍ତୁ ଏବେ ବି ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଚୂଡ଼ାନ୍ତ ଅନୁମୋଦନକୁ ଅପେକ୍ଷା କରାଯାଇଛି। ପଶ୍ଚିମ ଏସିଆ ଯୁଦ୍ଧ କାରଣରୁ ପୂର୍ବରୁ ହିଁ ପାକିସ୍ତାନରେ ଗ୍ୟାସ ଏବଂ ତେଲ ସଙ୍କଟ ଦେଖାଦେଇଥିବା ବେଳେ, ଏବେ ଲକ୍‌ଡାଉନ୍ ନିଷ୍ପତ୍ତି ପାକିସ୍ତାନର ଆର୍ଥିକ ସ୍ଥିତିକୁ ଆହୁରି ଜଟିଳ କରିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ଯୁଦ୍ଧର ଅସ୍ଥିରତା ମଧ୍ୟରେ ପାକିସ୍ତାନ ସରକାରଙ୍କ ଏହି ପଦକ୍ଷେପ ଦେଶବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।

Related Articles

Back to top button