
ଭୁବନେଶ୍ୱର ,କାଳବୈଶାଖୀ ବର୍ଷା ପାଇଁ ଆଜି ଉତ୍ତରରୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଯାଏଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ୧୬ ଜିଲ୍ଲାକୁ ଘଡ଼ଘଡ଼ି ଓ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।ସକାଳେ ଖରା ଓ ସଂଧ୍ୟାରେ ବର୍ଷା ହେଇପାରେ। ସେହିପରି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ବି ସମାନ ଭାବେ ଘଡ଼ଘଡ଼ି ସହ ବର୍ଷା ହେଇପାରେ। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ଆଜି ପାଗ ନିଜ ମିଜାଜ୍ ବଦଳାଇବ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସହ ପବନ ବହିବା ସମ୍ଭାବନା ବି ରହିଛି।




