ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ଏପ୍ରିଲ ୮ରୁ ଦ୍ୱିତୀୟ ପର୍ଯ୍ୟାୟ ରତ୍ନ ଭଣ୍ଡାର ଗଣତି

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଦ୍ୱିତୀୟ ପର୍ଯ୍ୟାୟ ରତ୍ନ ଭଣ୍ଡାର ଗଣତି ମଣତି ପାଇଁ ଜଣାପଡିଲା ତାରିଖ । ଆସନ୍ତା ଏପ୍ରିଲ ୮, ୯ ଏବଂ ୧୦ ତାରିଖରେ ବାହାର ରତ୍ନ ଭଣ୍ଡାର ଗଣତିମଣତି କରାଯିବ । ଏହି ୩ ଦିନ ମହାପ୍ରଭୁଙ୍କ ଦର୍ଶନ କିମ୍ବା ଠାକୁରଙ୍କ ନୀତିକାନ୍ତି ଯେପରି କୌଣସି ପରିସ୍ଥିତିରେ ବାଧାପ୍ରାପ୍ତ ନହେବ, ସେ ନେଇ ଆଲୋଚନା ସରିଛି । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗତ ୨୫ ତାରିଖରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଗଣତି ସୁରୁଖୁରରେ ସରିଥିବା ବେଳେ ଏବେ ୨ୟ ପର୍ଯ୍ୟାୟ ଗଣତି ମଣତି ହେବ ।




