ଅନ୍ତର୍ଜାତୀୟଅନ୍ୟାନ୍ୟ
ଟ୍ୟୁଲିପ୍ ଗାର୍ଡେନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼।

ଭୁବନେଶ୍ୱର ,ଟ୍ୟୁଲିପ୍ସ ଗାର୍ଡେନ୍ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଦେଶବିଦେଶରୁ ପର୍ଯ୍ୟଟକ କାଶ୍ମୀରର ସୁନ୍ଦରତା ଉପଭୋଗ କରିବାକୁ, ଆସୁଥିବା ବେଳେ ଟ୍ୟୁଲିପ୍ସ ଗାର୍ଡେନ୍ ଆସିବାକୁ, ଜମାରୁ ଭୁଲୁନାହାନ୍ତି। ଏହି ବଗିଚାରେ ପ୍ରାୟ ୧୮ ଲକ୍ଷ ଟ୍ୟୁଲିପ୍ ଫୁଲ ରହିଛି। ଗତବର୍ଷ ୮ ଲକ୍ଷ ୫୫ ହଜାରରୁ ଅଧିକ ପର୍ଯ୍ୟଟକ ଟ୍ୟୁଲିପ ଗାର୍ଡେନ୍ବୁ,ଲିଥିଲେ। ଯେତେ ଦେଖିଲେ ମନ ଭରୁନି। କାଶ୍ମୀର ସନସାରରେ ଥିବା ଟ୍ୟୁଲିପ୍ ଗାର୍ଡେନରେ ଲାଗିଛି ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼। ଟ୍ୟୁଲିପ୍ ଗାର୍ଡେନର ଅପୂର୍ବ ସୁନ୍ଦରତାକୁ, ମନଭରି ଉପଭୋଗ କରୁଛନ୍ତି ସଭିଏଁ। ୧୦ ଦିନରେ ପ୍ରାୟ ୮୦ ହଜାର ପର୍ଯ୍ୟଟକ ଏହି ଟ୍ୟୁଲିପ୍ ଗାର୍ଡେନ୍ ପରିଦର୍ଶନ କରିଛନ୍ତି।




