ଓଡ଼ିଶାମୌସୁମୀ

ଆସନ୍ତାକାଲି ପାଇଁ ପାଣିପାଗ ବିଭାଗ ର ସତର୍କତା

ଭୁବନେଶ୍ୱର ,ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ, କାଲି ସକାଳ ସାଢ଼େ ୮ଟା ଯାଏଁ ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୨୧ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। କିଛି କିଛି ସ୍ଥାନରେ ପବନର ବେଗ ୪୦-୫୦ କିଲୋମିଟର ରହିପାରେ। ଆସନ୍ତାକାଲି ପାଇଁ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ସତର୍କତା ଜାରି କରିଛି।୨୮ ତାରିଖ ପରେ ପାଗରେ, ପରିବର୍ତ୍ତନ ସମ୍ଭାବନା ଥିଲେ ବି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ, ବର୍ଷା ଓ କୁଆପଥର ମାଡ଼ ହୋଇପାରେ। ଗାଙ୍ଗେୟ ପଶ୍ଚିମବଙ୍ଗରୁ ଦକ୍ଷିଣ ଛତିଶଗଡ଼ ଯାଏଁ  ଲମ୍ବିଥିବା ଟ୍ରପ ଲାଇନ୍ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Related Articles

Back to top button