
ଭୁବନେଶ୍ୱର ,ଚଳିତ ବର୍ଷ କଟକରେ ଖେଳାଯିବ ଟି-୨୦ ମ୍ୟାଚ୍ । କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମ୍ୟାଚ୍ ଖେଳାଯିବ । ଏନେଇ BCCI ଆନୁଷ୍ଠାନିକ ଭାବେ ଘୋଷଣା କରିଛି । ଆସନ୍ତା ଡିସେମ୍ବର ୨୪ରେ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍ । ୨୦୨୬-୨୭ ପାଇଁ BCCI ଖେଳସୂଚୀରୁ ସ୍ପଷ୍ଟ ହେଲା ବାରବାଟୀ ମ୍ୟାଚ୍ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍ । ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ୩ଟି ODI ଓ ୩ଟି ଟି-୨୦ ଖେଳିବ । ୩ ମ୍ୟାଚ୍ ଟି-୨୦ ସିରିଜ୍ର ଦ୍ବିତୀୟ ମ୍ୟାଚ୍ ବାରବାଟୀରେ ଖେଳିବ । ରାଜକୋଟରେ ପ୍ରଥମ ଓ ପୁଣେରେ ତୃତୀୟ ଟି-୨୦ ଖେଳିବ ଶ୍ରୀଲଙ୍କା ।ଭାରତୀୟ ଦଳର ଘରୋଇ ସିଜିନ୍ ୱେଷ୍ଟଇଣ୍ଡିଜ୍ ଗସ୍ତ ସହିତ, ଆରମ୍ଭ ହେବ। ଏହି ଗସ୍ତ ସେପ୍ଟେମ୍ବର ୨୭ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଅଛି। ଏହି ଗସ୍ତ ସମୟରେ, ଦୁଇ ଦଳ ପ୍ରଥମେ ତିନି ମ୍ୟାଚ୍ ବିଶିଷ୍ଟ ଏକ ଦିନିକିଆ ସିରିଜ୍ ଖେଳିବେ, ତା’ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଖେଳିବେ।




