ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ବିଏମସି ଓ ମନ୍ଦିର ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା।

ଭୁବନେଶ୍ୱର ,ଆଜି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏନେଇ ନୀତିକାନ୍ତି ନିର୍ଘଣ୍ଟ ହୋଇଛି। ଆଜି ଭୋର ୪ଟାରୁ ୪ଟା ୩୦ ଯାଏଁ ଠାକୁରଙ୍କ ମଙ୍ଗଳ ଆଳତି ହୋଇଛି। ଏହା ପରେ ଠାକୁରଙ୍କ ବେଶ ନୀତି ହେବ। ଦିନ ୧୦ଟା ୪୫ରୁ ପହଣ୍ଡି ଯାତ୍ରା ଆରମ୍ଭ ହେବ। ୧ଟା ୪୫ରୁ ୨ଟା ୩୦ ଘୋଡାବନ୍ଧା, ରଥ ଚାରମାଳ ଖୋଲା। ଅପରାହ୍ଣ ୨ଟା ୩୦ରେ ରଥ ଟଣା ନୀତି ଆରମ୍ଭ ହେବ। ସଂଧ୍ୟା ୭ଟା ୩୦ ପରେ ଆରମ୍ଭ ହେବ ବଡ଼ସିଂହାର ବେଶ। ୩୦ ତାରିଖରେ ବାହୁଡା ଯାତ୍ରା ରୁକୁଣା ରଥଯାତ୍ରା ପାଇଁ ଏକାମ୍ର କ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ। ଶାନ୍ତି ଶୃଙ୍ଖଳାରେ କିଭଳି ଭକ୍ତ ରଥଯାତ୍ରାରେ ସାମିଲ ହେବେ ସେଥିପାଇଁ ବିଏମସି ଓ ମନ୍ଦିର ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା।ରଥରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। ୨ଟା ୩୦ରେ ରଥ ଟଣା ନୀତି ଆରମ୍ଭ।

Related Articles

Back to top button