ଅନ୍ତର୍ଜାତୀୟଜୀବନଶୈଳୀ

ଟଙ୍କା, ସୁନା-ରୁପା ଦାନ କରିଦେଲେ ଭାରତୀୟ ।

ଭୁବନେଶ୍ୱର ,ଫେବୃଆରୀ ୨୮ରୁ ମଧ୍ୟପ୍ରାଚ୍ୟରେ ଚାଲିଛି ମହାତାଣ୍ଡବ । ଆମେରିକାର ଓ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଖିନଭିନ୍ ହୋଇଯାଇଛି ଇରାନ୍ । ଯୁଦ୍ଧରେ ତେହେରାନ ବିପୁଳ କ୍ଷୟକ୍ଷତି ସହିଛି ।

ଏପରି ସ୍ଥିତିରେ ଇରାନ୍‌ ଯୁଦ୍ଧ ପୀଡିତଙ୍କୁ ସହାୟତା ପାଇଁ ନିଜର ସର୍ବସ୍ୱ ଦାନ କରିଦେଇଛନ୍ତି କାଶ୍ମୀରବାସୀ ।ଛୋଟ ଛୋଟ ପିଲାମାନେ ପକେଟ ମନି ଓ କୁମ୍ପିଘଡ଼ି ଭାଙ୍ଗି ନିଜ ସ୍ବଳ୍ପ ସଞ୍ଚୟ ଦାନ କରିଛନ୍ତି ।

ମାଆମାନେ ନିଜ ଓ ନିଜ ଛୁଆଙ୍କ ଦେହରୁ ସୁନା କାଢି ଦେଇଛନ୍ତି ।ଖାସ୍ କରି ବୁଡଗାମ ଓ ବାରମୂଲା ଅଞ୍ଚଳରେ ଲୋକମାନେ  ସୁନା, ରୁପା, ନଗଦ ଟଙ୍କା, ଗୃହପାଳିତ ପଶୁ ସହ ଘରର ତମ୍ବା ବାସନକୁସନ ଦାନରେ ଦେଉଛନ୍ତି ।

ଟଙ୍କା, ସୁନା-ରୁପା ଦାନ କରିଦେଲେ ଭାରତୀୟ । କୁମ୍ପିଘଡି ଭାଙ୍ଗିଲେ କୁନି କୁନି ପିଲା । ଦେହରୁ ସୁନା କାଢି ଦେଇଦେଲେ ମହିଳା ।

କିଏ ଛେଳି ଦାନ କଲା ତ ଆଉ କିଏ ସ୍ୱାମୀର ଶେଷ ସନ୍ତକଟିକୁ ଲୁହ ଛଳଛଳ ଆଖିରେ ଉତ୍ସର୍ଗ କରିଦେଲା ଇରାନ୍ ପାଇଁ ।

ଯୁଦ୍ଧଗ୍ରସ୍ତ ଇରାନବାସୀଙ୍କ ଲାଗି ନିଜର ଶକ୍ତି ସାମର୍ଥ୍ୟ ଅନୁସାରେ ଯିଏ ଯାହା ପାଇଲେ ସାହାଯ୍ୟ କଲେ ।

Related Articles

Back to top button