ଓଡ଼ିଶା

ଏଲଆଇସି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ଭୁବନେଶ୍ବର: କଟକରେ ପୁଣି ଅଗ୍ନିକାଣ୍ଡ । କଟକ ଲିଙ୍କ୍ ରୋଡ୍ ସ୍ଥିତ LIC କାର୍ଯ୍ୟାଳୟରେ ଆଜି ଭୋର ପ୍ରାୟ 5ଟା ସମୟରେ ନିଆଁ ଲାଗିଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ଜଣା ପଡିଛି ।

ଖବର ପାଇ ଚାଉଳିଆଗଞ୍ଜ ଫାୟାର ଷ୍ଟେସନ୍ ପକ୍ଷରୁ ଦୁଇଟା ଟିମ୍ ଓ ବକ୍ସି ବଜାର ଫାୟାର ଷ୍ଟେସନ୍ ର ଗୋଟିଏ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏବଂ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ତିନିଟି ଦମକଳ ଗାଡ଼ି ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । 22 ଜଣ ଫାୟାର କର୍ମଚାରୀଙ୍କ ଦୁଇ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରଯାଇଥିଲା ।

Related Articles

Back to top button