ଅନ୍ୟାନ୍ୟଓଡ଼ିଶା

ଇଦ୍ ପାଇଁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଇଦ୍ ଅଲ୍-ଫିତରର ଅନେକ ଅନେକ ଅଭିନନ୍ଦନ।”

“ଏହି ଦିନଟି ଭାଇଚାରା ଏବଂ କରୁଣାର ଭାବନାକୁ ଆହୁରି ମଜବୁତ କରୁ। ସମସ୍ତେ ଖୁସି ଏବଂ ସୁସ୍ଥ ରୁହନ୍ତୁ।”

ରମଜାନର ପୂର୍ଣ୍ଣ ୩୦ ଦିନର ରୋଜା ଏବଂ ନମାଜ ପାଠ ପରେ ଗତକାଲି ଇଦର ଚାନ୍ଦ ଦେଖାଯାଇଥିଲା। ମସଜିଦ ଗୁଡ଼ିକରୁ ସୂଚନା ଦିଆଯାଇଥିଲା ।  ଆକାଶରେ ରଙ୍ଗୀନ ଆତସବାଜି ଦେଖିବାକୁ ମିଳିଥିବାବେଳେ ଶ୍ରଦ୍ଧାଳୁଙ୍କ ମୁହଁ ଖୁସିରେ ଝଲସି ଉଠିଥିଲା ।

ସେମାନେ ପରସ୍ପରକୁ ଆଲିଙ୍ଗନ କରି ଈଦର ଶୁଭେଚ୍ଛା ଜଣାଇଥିଲେ। ଆଜି  ଜାମା ମସଜିଦ ଏବଂ ଫତେପୁରୀ ମସଜିଦ ସମେତ ସମସ୍ତ ଛୋଟ ଏବଂ ବଡ଼ ମସଜିଦ ସାରା ଦେଶରେ ଈଦ-ଉଲ-ଫିତର ପର୍ବକୁ ବହୁତ ଉତ୍ସାହର ସହିତ ପାଳନ କରାଯାଉଛି।

Related Articles

Back to top button