ଅନ୍ୟାନ୍ୟରାଜନୀତି

ବିଜେଡି ନେତା ପ୍ରତାପଙ୍କ ପରିବାରକୁ ପୁଲିସ୍ ପକ୍ଷରୁ ସୁରକ୍ଷା

ଭୁବନେଶ୍ୱର,ଗତକାଲି ରାତିରେ ବିଜେଡିରୁ ନିଲମ୍ବିତ ହୋଇଥିବା ୧୦ ଯୁବ ଓ ଛାତ୍ର ନେତାଙ୍କ ପାଟିତୁଣ୍ତ ଦେଖିବାକୁ ମିଳିଛି । କିଛି ଯୁବ ଛାତ୍ର,ବରିଷ୍ଠ ବିଜେଡି ନେତା ପ୍ରତାପଙ୍କ ଘର ଆଗରେ, ବାଣ ଫୁଟାଇବା ସହ ମିଠା ବାଣ୍ଟି ନାରାବାଜି କରିଥିଲେ। ଏହାକୁ ବିରୋଧ କରିବାରୁ ଘର ଲୋକଙ୍କୁ ଆକ୍ରମଣ କରାଯାଇଥିଲା। ଦଳବିରୋଧୀ କାର୍ଯ୍ୟ ପାଇଁ ୩ ଜଣ ଯୁବ ଓ ୭ଜଣ ଛାତ୍ର ନେତା ନିଲମ୍ବିତ ହୋଇଥିଲେ।  ଏହି ଘଟଣାକୁ ନେଇ ପ୍ରତାପ ଜେନା ମୁହଁ ଖୋଲିଛନ୍ତି। ସେ କହିଛନ୍ତି ୧୫ରୁ ୨୦ ପିଲା ଆସି ମୋ ଘର ଆଗରେ ହୋହଲ୍ଲା କରିଥିଲେ। ମୁଁ ମାହାଙ୍ଗାରେ ଥିବା ସମୟରେ ଘର ଆଗରେ ହୋହଲ୍ଲା ସହ ଗାଳିଗୁଲଜ ମଧ୍ୟ କରିଥିଲେ । ସିକ୍ୟୁରିଟି ଗାର୍ଡକୁ ବାଡ଼େଇବା ସହ ତା ମୁଣ୍ଡରେ ବନ୍ଧୁକ ଲଗାଇଥିଲେ।  କେଉଁମାନେ କ୍ୟାମ୍ପସ୍‌ ଭିତରକୁ ଆସିଥିଲେ, ଭିଡିଓରେ ସେ ସବୁ ରହିଛି’। ଯେଉଁମାନେ ସସ୍‌ପେଣ୍ଡ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କେତେକ ଥିଲେ।  ହଙ୍ଗାମା କରିଥିବା ଦୁବୃର୍ତ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କୁ ସେ ଅପିଲ କରିଛନ୍ତି। ସକାଳୁ ପ୍ରତାପଙ୍କ ପରିବାରକୁ ପୁଲିସ୍ ପକ୍ଷରୁ ସୁରକ୍ଷା ଦିଆଯାଇଛି । ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ଘର ସମ୍ମୁଖରେ ହଙ୍ଗାମା।

Related Articles

Back to top button