
ଭୁବନେଶ୍ୱର ,ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସଶକ୍ତ କରିଥାଏ ସୁଭଦ୍ରା ଯୋଜନା।ଏହି ଯୋଜନା ୧୭ ସେପ୍ଟେମ୍ବର, ୨୦୨୪ ରେ ଆରମ୍ଭ ହୋଇଥିଲା ଏବଂ ଶକ୍ତି ଏବଂ ସୁରକ୍ଷାର ପ୍ରତୀକ ଦେବୀ ସୁଭଦ୍ରାଙ୍କ ନାମରୁ ଏହାର ନାମ ନିଆଯାଇଛି।ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ତିନୋଟି କିସ୍ତି ଟଙ୍କା ପହଞ୍ଚିସାରିଛି। ତିନୋଟି କିସ୍ତିରେ ୧ କୋଟିରୁ ଅଧିକ, ହିତାଧିକାରୀ ମୋଟ ୧୫,୦୦୦ ଟଙ୍କା ପାଇସାରିଛନ୍ତି।ସୁଭଦ୍ରା ଯୋଜନା ଟଙ୍କାର ଚତୁର୍ଥ କିସ୍ତି ଆସନ୍ତା ଚଳିତ ମାସ ମହିଳା ଦିବସରେ ଅର୍ଥାତ୍ ମାର୍ଚ୍ଚ ୮ ତାରିଖରେ ମିଳିବ ବୋଲି ସରକାର ଘୋଷମା କରିଛନ୍ତି। ରାକ୍ଷୀ ପୂର୍ଣ୍ଣିମାରେ ତୃତୀୟ କିସ୍ତି ଟଙ୍କା ମିଳିଥିଲା।ଯେଉଁ ମହିଳାମାନେ ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ୨୧ ବର୍ଷ ବୟସରେ ପହଞ୍ଚିଛନ୍ତି, ସେମାନେ ଏହି ସରକାରୀ ଯୋଜନାରେ ଯୋଗଦାନ ପାଇଁ ଆବେଦନ ମଧ୍ୟ କରିପାରିବେ। ଯଦି ଆବେଦନକାରୀଙ୍କୁ ଯୋଗ୍ୟ ବିବେଚିତ କରାଯାଏ, ତେବେ ସେମାନେ ୮ ମାର୍ଚ୍ଚରେ ସୁଭଦ୍ରା କିସ୍ତି ପାଇପାରିବେ।ନୂତନ ହିତାଧିକାରୀମାନେ, ଏନେଇ ଆବେଦନ କରିପାରିବେ। ନୂଆ ଆବେଦନ ପ୍ରକ୍ରିୟା ଗୋଟିଏ ମାସ ଧରି ଚାଲିଛି।




