Breaking Newsମନୋରଞ୍ଜନ

ସାଂସଦଙ୍କ ହାତ ଧରିବେ ରିଙ୍କୁ ସିଂହ

କ୍ରିକେଟ ପଡ଼ିଆରେ ଛକା ଓ ଚୌକାର ବର୍ଷା କରୁଥିବା ରିଙ୍କୁ ସିଂହ ଏବେ ପ୍ରେମର ପିଚ୍‌ରେ ଖେଳିବାକୁ ଯାଉଛନ୍ତି ଜୀବନର ସବୁଠୁ ବଡ଼ ଇନିଂସ! ଖୁବଶୀଘ୍ର ବାଜିବ ରିଙ୍କୁଙ୍କ ବାହାଘର ସାହାନାଇ। ହାତ ଧରିବେ ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜଙ୍କର। ଆସନ୍ତା ଡିସେମ୍ବର ୪ ତାରିଖରେ ଲକ୍ଷ୍ନୌର ରାମାଡା ହୋଟେଲରେ ରିଙ୍କୁ ଓ ପ୍ରିୟାଙ୍କ ବିବାହ ଅନୁଷ୍ଠିତ ହେବ। ଏଥିପାଇଁ ଉଭୟ ପରିବାରରେ ଜୋରଦାର ପ୍ରସ୍ତୁତି ଚାଲିଛି।

ବିବାହକୁ ଆହୁରି ଖାସ୍ କରିବା ପାଇଁ ରିଙ୍କୁଙ୍କ ପରିବାର ପକ୍ଷରୁ ଯୋଗୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ କରାଯାଇଛି। ରିଙ୍କୁଙ୍କ ମାଆ, ଭାଇ ଓ ଭଉଣୀ ନିଜେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ବିବାହ କାର୍ଡ ପ୍ରଦାନ କରିଛନ୍ତି। ତେବେ ରିଙ୍କୁ ଓ ପ୍ରିୟାଙ୍କ ପ୍ରେମ କାହାଣୀ ବି କିଛି କମ୍ ରୋଚକ ନୁହେଁ। କୋଭିଡ୍ ସମୟରେ ସୋସିଆଲ ମିଡିଆରେ ପ୍ରିୟାଙ୍କ ଫଟୋ ଦେଖିଥିଲେ ରିଙ୍କୁ। ପ୍ରଥମ ଦେଖାରେ ହିଁ ପ୍ରିୟାଙ୍କୁ ପସନ୍ଦ କରିଥିଲେ। ହେଲେ ମେସେଜ୍ କରିବାକୁ ସାହସ ଜୁଟାଇ ପାରିନଥିଲେ।

ପରେ ପ୍ରିୟା ରିଙ୍କୁଙ୍କ କିଛି ଫଟୋ ଲାଇକ୍ କରିବା ପରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା। ଧୀରେ ଧୀରେ ବନ୍ଧୁତା ବଢ଼ିଲା, ଆଉ ଏହି ବନ୍ଧୁତା ପ୍ରେମର ରୂପ ନେଲା। ୨୦୨୨ରେ ନିଜ ସମ୍ପର୍କକୁ ନେଇ ଗମ୍ଭୀର ହୋଇଥିଲେ ଉଭୟ।

Related Articles

Back to top button