ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ୮ଟି ରାମ୍ପରେ ଦର୍ଶନ କରିବେ ଭକ୍ତ

ମହାପ୍ରଭୁଙ୍କ ଦର୍ଶନ ହେବ ଆହୁରି ସହଜ ଓ ଶୃଙ୍ଖଳିତ। ଶ୍ରୀମନ୍ଦିରରେ ଖୁବଶୀଘ୍ର ଲାଗୁ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା। ନୂଆବର୍ଷ ପୂର୍ବରୁ ଏହି ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ମନ୍ଦିର ପ୍ରଶାସନ। ଏକାସାଙ୍ଗରେ ୮ଟି ରାମ୍ପ ଦେଇ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏପରିକି ଘଣ୍ଟାକରେ ପ୍ରାୟ ୧୦ ହଜାର ଭକ୍ତଙ୍କ ଦର୍ଶନ ସମ୍ଭବ ହୋଇପାରିବ। ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ସହ ସୁବିଧାଜନକ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆସୁଛି ନୂଆ ବ୍ୟବସ୍ଥା। ନୂଆବର୍ଷ ପୂର୍ବରୁ ଲାଗୁ ହେବ ଧାଡ଼ି ଦର୍ଶନ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

କାର୍ତ୍ତିକ ବ୍ରତ ଶେଷ ହେବା ପରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ଆବଶ୍ୟକ ସମସ୍ତ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ନୂଆ ବ୍ୟବସ୍ଥା ଅନୁସାରେ, ଏକାସାଙ୍ଗରେ ୮ଟି ରାମ୍ପ ମାଧ୍ୟମରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏହାଦ୍ୱାରା ଘଣ୍ଟାକ ମଧ୍ୟରେ ପ୍ରାୟ ୧୦ ହଜାର ଭକ୍ତଙ୍କ ଦର୍ଶନ ସମ୍ଭବ ହେବ ବୋଲି ମନ୍ତ୍ରୀ କହିଛନ୍ତି।ସାତପାହାଚ ପରେ ଗରୁଡ଼ ସ୍ତମ୍ଭରୁ ବାହାର କାଠ ମଧ୍ୟରେ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ। ତେବେ ଏହାକୁ ଲାଗୁ କରିବା ପୂର୍ବରୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ନୂଆ ବ୍ୟବସ୍ଥାର ପରିଦର୍ଶନ କରିବେ। ସେମାନଙ୍କ ଅନୁଧ୍ୟାନ ଓ ମତାମତ ପରେ ହିଁ ଏହାକୁ କାର୍ଯ୍ୟକାରୀ କରାଯିବ।

ତେବେ ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେଲେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ସହ ଦର୍ଶନ ଅଧିକ ସୁବ୍ୟବସ୍ଥିତ ହେବ ବୋଲି ଆଶା ରହିଛି। ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଏହି ବ୍ୟବସ୍ଥା କେତେ ସହାୟକ ହେଉଛି, ତାହା ଦେଖିବାକୁ ରହିଲା।

 

Related Articles

Back to top button