
ଭୁବନେଶ୍ୱର, ରଚିନ ରବୀନ୍ଦ୍ର ଦିନିକିଆରେ ନ୍ୟୁଜିଲାଣ୍ଡ ଦଳର ସବୁଠାରୁ, ଗୁରୁତ୍ୱପୂର୍ଣ୍ଣ ଖେଳାଳିମାନଙ୍କ ମଧ୍ୟରୁ ଜଣେ। ସେ ଟପ୍ ଅର୍ଡରରେ ବ୍ୟାଟିଂ କରିବା ସହିତ, ବାମହାତୀ ସ୍ପିନ ବୋଲିଂ ଦ୍ୱାରା ମଧ୍ୟ, ଯୋଗଦାନ ଦେଇଥାନ୍ତି। 39ଟି ଦିନିକିଆ ମ୍ୟାଚ୍ର 35ଟି ଇନିଂସରେ 42 ଆଭରେଜ ଏବଂ 108 ଷ୍ଟ୍ରାଇକ୍ ରେଟ୍ରେ ତାଙ୍କର, 1424 ରନ୍ ରହିଛି। ଏଥିରେ 5ଟି ଶତକ ଏବଂ 6ଟି ଅର୍ଦ୍ଧଶତକ ସାମିଲ ଅଛି। 2023 ବିଶ୍ୱକପ୍ରେ, ରଚିନ ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରେ, ଅନ୍ତର୍ଭୁକ୍ତ ଥିଲେ।ନ୍ୟୁଜିଲାଣ୍ଡ ଦଳ ନଭେମ୍ବର 4 ରୁ ଭାରତ ବିପକ୍ଷରେ, ଦିନିକିଆ ସିରିଜ୍ ଖେଳିବ। ଏହି ସିରିଜ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳକୁ ଡବଲ ଝଟକା ଲାଗିଛି। ଷ୍ଟାର୍ ଅଲରାଉଣ୍ଡର ରଚିନ ରବୀନ୍ଦ୍ର ଏହି ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ବ୍ୟାଟ୍ସମ୍ୟାନ ମାର୍କ ଚାପମ୍ୟାନ ମଧ୍ୟ ଦିନିକିଆ ସିରିଜ୍ରେ, ଭାଗ ନେବେ ନାହିଁ। MRI ସ୍କାନରୁ ଜଣାପଡ଼ିଛି ଯେ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ, ଆହୁରି ଦୁଇ ସପ୍ତାହ ସମୟ ଲାଗିବ। ଅନ୍ୟପଟେ ବାମହାତୀ ବ୍ୟାଟିଂ ଅଲରାଉଣ୍ଡର, ରଚିନ ରବୀନ୍ଦ୍ରଙ୍କ କାନ୍ଧରେ ଆଘାତ ଲାଗିଛି। ତାଙ୍କୁ ପ୍ରଥମ ତିନିଟି ମ୍ୟାଚ୍ ପାଇଁ ଦଳରେ, ସ୍ଥାନ ମିଳିଥିଲା। କିନ୍ତୁ ସେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରି ନାହାନ୍ତି ଏବଂ ଏହି କାରଣରୁ, ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିଛନ୍ତି।




