ମନୋରଞ୍ଜନ

ବଲିଉଡ୍‌ରେ ଶୋକର ଛାୟା: ଆଖି ବୁଜିଲେ ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା

ବଲିଉଡକୁ ଆସିଛି ଏକ ଦୁଃଖଦ ଖବର । ଖେଳିଯାଇଛି ଶୋକର ଛାୟା ।ଆଉ ନାହାନ୍ତି ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା । ମୁମ୍ବାଇସ୍ଥିତ ନିଜ ବାସଭବନରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ‘ଜଙ୍ଗ୍‌’, ‘କାଣ୍ଟେ’, ‘ସୁଟ୍‌ଆଉଟ୍‌ ଆଟ୍‌ ୱାଡାଲା’ ଓ ‘କାବିଲ୍‌’ ଭଳି ଲୋକପ୍ରିୟ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଏ ନେଇ ତାଙ୍କର ଜଣେ ନିକଟତମ ସହଯୋଗୀ ମିଲାପ ଜାଭେରୀ ମୃତ୍ୟୁ ଖବର ସ୍ପଷ୍ଟ କରିଛନ୍ତି।

ତେବେ ସଞ୍ଜୟଙ୍କ ମୃତ୍ୟୁର ପ୍ରକୃତ କାରଣ ନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ। ପ୍ରାଥମିକ ସୂଚନା ଅନୁସାରେ, ଗତକାଲି ରାତିରେ ସେ ନିଜ ବାଥରୁମ୍‌ରେ ପଡ଼ିଯାଇଥିଲେ। ତେବେ ଏହି ଘଟଣା ସମ୍ପର୍କରେ କେହି ଜାଣିପାରିନଥିଲେ। ଆଜି ସକାଳେ ତାଙ୍କ ମୃତ୍ୟୁ ବିଷୟରେ ଜଣାପଡ଼ିଥିଲା। ମୁଣ୍ଡରେ ଆଘାତ ଲାଗିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଜଣାଇଛନ୍ତି। ଏହି ଘଟଣାକୁ ନେଇ ଭର୍ସୋଭା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସଞ୍ଜୟ ଗୁପ୍ତାଙ୍କ ମୃତ୍ୟୁ ଖବରରେ ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି।

Related Articles

Back to top button