ଓଡ଼ିଶା

ଗିରଫ ହେବେ ବିଦ୍ୟାଭାରତୀ! ଆଗୁଆ ଜାମିନ୍ ଆବେଦନ ଖାରଜ କଲେ ହାଇକୋର୍ଟ

ଗିରଫ ହେବେ କି ପତ୍ନୀ ବିଦ୍ୟାଭାରତୀ ପଣ୍ଡା । ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି। ହଁ ଆଜ୍ଞା ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଲାଗିଛି ବଡ଼ ଝଟକା । ପୂର୍ବରୁ ତାଙ୍କର ସ୍ପେଶାଲ୍ ଲିଭ୍ ପିଟିସନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ। ତାପରେ ବିଦ୍ୟାଭରତୀ ପଣ୍ଡାଙ୍କ ଅଡ଼ୁଆ ବଢ଼ିଥିଲା। ତା ପୂର୍ବରୁ ବିଦ୍ୟାଭାରତୀ ଦାୟର କରିଥିବା ଦୁଇ ଆବେଦନକୁ ହାଇକୋର୍ଟ ବି ଖାରଜ କରିଥିଲେ। ଏବେ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି।

୨୦୨୧ ଜୁଲାଇ ୧୨ ରାତିରେ ସୌମ୍ୟରଞ୍ଜନ ସନ୍ଦେହଜନକ ଅବସ୍ଥାରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ । ୧୩ ତାରିଖ ଦିନ ତାଙ୍କ ମୃତ୍ୟୁ ହୋଇଥିଲା। ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗରେ ପତ୍ନୀ ବିଦ୍ୟାଭାରତୀ, ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁ ରହିଥିଲା। ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଗତ ଜୁଲାଇ ୨୭ରେ ଏସଡିଜେଏମ ଅଦାଲତରେ ଆତ୍ମସମର୍ପଣ କରିଥିଲେ। ତାଙ୍କ ପରେ ଗିରଫ ହୋଇଥିଲେ ତତ୍କାଳୀନ ରୋଷେୟା ମନ୍ଥଥ କୁମ୍ଭ। ଆଉ ଏବେ ବିଦ୍ୟାଭାରତୀଙ୍କ ପାଳି ପଡିଛି ।

Related Articles

Back to top button