Breaking Newsଓଡ଼ିଶା
ଅଟକିଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ରାସ୍ତାରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ରେଳ ଷ୍ଟେସନରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ । ଗାଡ଼ି ଅଟକାଇ ପ୍ରତିବାଦ କରିଛନ୍ତି ଆନ୍ଦୋଳନକାରୀ । ଯାତାୟାତ ଯାତାୟାତ ପ୍ରଭାବିତ ହୋଇଛି । ସକାଳୁ ବରମୁଣ୍ଡା ବସଷ୍ଟାଣ୍ଡରୁ ବସ୍ ଚଳାଚଳ ସ୍ୱାଭାବିକ ଥିଲା । ଯାତ୍ରୀଙ୍କୁ ନେଇ ବସ୍ଗୁଡ଼ିକ ବାହାରିଥିଲେ। ହେଲେ ଫାୟାର ଷ୍ଟେସନ୍ ଛକରେ ପହଞ୍ଚିବା ପରେ ଅଟକି ରହିଛି ଗାଡ଼ି । ଫଳରେ ରାସ୍ତାରେ ଫସିଛନ୍ତି ଯାତ୍ରୀ। ଅନେକ ଯାତ୍ରୀଙ୍କୁ ଯାତାୟାତରେ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି ।
କେବଳ ଭୁବନେଶ୍ୱର ନୁହେଁ, କଟକ ବସଷ୍ଟାଣ୍ଡରୁ ମଧ୍ୟ ବସ୍ ଚଳାଚଳ ପ୍ରଭାବିତ ହୋଇଛି। ବସ୍ ନଗଡ଼ିବାରୁ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ସେପଟେ ମାଲକାନଗିରି, ଭଦ୍ରକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ମଧ୍ୟ ବନ୍ଦ ପାଳନର ଚିତ୍ର ସାମ୍ନାକୁ ଆସୁଛି । କେଉଁଠି ରାସ୍ତା ଅବରୋଧ କରାଯାଉଛି, ତ ଆଉ କେଉଁଠି ଗାଡ଼ି ଚଳାଚଳକୁ ବିରୋଧ କରାଯାଉଛି ।




