
ସିକିଲ୍ ସେଲ୍ ରୋଗୀଙ୍କ ପାଇଁ ନୂଆ ଆଶା ଜାଗିଛି | ଦୂର ହୋଇଯିବ ରକ୍ତହୀନତା । ପିନ୍ୟୁମୋକୋକାଲ୍ ଟିକା ହେବ ରୋଗୀଙ୍କ ନୂଆ ଆଶା । ମାଗଣାରେ ଟିକାକୁ ନେଇ ବେଶ୍ ଖୁସି ଅଛନ୍ତି ରୋଗୀ । ଦେଶର ହାତ ଗଣତି ଜିଲ୍ଲା ପରେ ଏବେ ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଗୋଳରୁ ଆରମ୍ଭ ହୋଇଛି ଏହି ସୁବିଧା । DMF ଫଣ୍ଡରୁ ମାଗଣାରେ ଦିଆଯାଉଛି ଏହି ଟିକା । ରୋଗୀ ପିନ୍ୟୁମୋକୋକାଲ୍ ଟିକା ନେବା ଦ୍ବାରା ଗୁରୁତର ସଂକ୍ରମଣରୁ ବର୍ତ୍ତି ପାରିବେ । ଏହି ଟିକା ସାଜିବ ସେମାନଙ୍କ ସୁରକ୍ଷା କବଚ । ତେଣୁ ପିନ୍ୟୁମୋକୋକାଲ୍ ଟିକାକୁ ନେଇ ବେଶ୍ ଖୁସି ଅଛନ୍ତି ରୋଗୀ । ଆଉ ଆଗକୁ ଅନ୍ୟ DMF ଜିଲ୍ଲାରେ ଏହି ଟିକା ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
ଅନୁଗୋଳର ଟ୍ରମା କେୟାର ଠାରେ ଏହି ଏନିମିଆ ମୁକ୍ତ କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ କହିଥିଲେ, DMFରୁ ଆଗାମୀ ଦୁଇ ବର୍ଷ ପାଇଁ ପ୍ରାୟ ୨ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ଏହି ଟିକାକରଣ ଆରମ୍ଭ ହୋଇଛି । ୬ ରୁ ୪୦ ବର୍ଷ ବୟସ ବର୍ଗର ସମସ୍ତ ରୋଗୀଙ୍କୁ ଏହି ଦୁଇଟି ଡୋଜ୍ ବିଶିଷ୍ଟ ଟିକା ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯିବ । ଆଗାମୀ ଦିନରେ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ କୋରାପୁଟ ପରି ଅନ୍ୟ ଜିଲ୍ଲାଗୁଡ଼ିକରେ ଏହାକୁ କାର୍ଯ୍ୟକାରୀ କରାଯିବ । ତେବେ ଗର୍ଭବତୀ ମହିଳାମାନଙ୍କୁ ଏହି ଟିକାକରଣରୁ ବାଦ୍ ଦିଆଯାଇଛି।




