Breaking Newsଓଡ଼ିଶାଦୁର୍ଘଟଣା
ହାଇୱା ଚାପିଦେଲା ଦୁଇ ଛାତ୍ରୀଙ୍କୁ

ରାସ୍ତାରେ ଛକିଥିଲା ଯମ | କଲେଜ ସାରି ଘରକୁ ଫେରୁଥିଲେ ଦୁଇ ଛାତ୍ରୀ | ହେଲେ ଘରକୁ ଫେରିବାବେଳେ +୨ ଛାତ୍ରୀଙ୍କୁ ଚାପିଦେଲା ହାଇୱା | ଫଳରେ ଘଟଣାସ୍ଥଳରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଛାତ୍ରୀ ଗୁରୁତର ଅବସ୍ଥାରେ ଆଠଗଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କଟକ ଆଠଗଡ ଚାନ୍ଦବାଲି ଛକରେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି ।
କ୍ଷତିପୂରଣ ସହ ଛକରେ ଟ୍ରାଫିକ ପୋଲିସ ନିୟୋଜିତ କରିବା ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତରୋକ କରିଛନ୍ତି | ମୃତ ଛାତ୍ରୀ ଜଣକ ଆଠଗଡ ଗୋପବନ୍ଧୁ ମହିଳା ମହାବିଦ୍ୟାଳୟର +୨ ପ୍ରଥମ ବର୍ଷର ଛାତ୍ରୀ । ତାଙ୍କ ଘର ଢେଙ୍କାନାଳ ଦେଓପଡା ଗାଁରେ ବୋଲି ସୂଚନା ମିଳିଛି ।କ୍ଲାସ ସାରି ଘରକୁ ଫେରିଲା ବେଳେ ଚାନ୍ଦବାଲି ଛକ ଠାରେ ଛାତ୍ରୀଙ୍କୁ ପଛପଟୁ ଧକ୍କା ଦେଇଥିଲା ହାଇୱା ।




