Breaking Newsପାଣିପାଗ

ମାଡିଆସୁଛି ବାତ୍ୟା ନାଁ ‘ଅର୍ଣ୍ଣବ’ !

ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର । ଉତ୍ତର ଥାଇଲ୍ୟାଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ପହଞ୍ଚିଛି । ଏହାର ପ୍ରଭାବରେ ସେପ୍ଟେମ୍ବର ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି | ଆଉ ଯଦି ଉତ୍ତର ଆଣ୍ଡାମାନ ସାଗରରେ ଯଦି ବାତ୍ୟା ସୃଷ୍ଟି ହୁଏ | ତାହେଲେ ବାତ୍ୟା ନାଁ ରହିବ ‘ଅର୍ଣ୍ଣବ’। ଏହି ନାଁ ବାଂଲାଦେଶ ଦ୍ୱାରା ପ୍ରଦାନ କରାଯାଇଛି।

ବିଶ୍ୱ ପାଣିପାଗ ସଂଗଠନ ଏବଂ ଆଇଏମଡିର ଆଞ୍ଚଳିକ ତାଲିକାରେ ପରବର୍ତ୍ତୀ ବାତ୍ୟା ପାଇଁ ନିର୍ଦ୍ଧାରିତ ହୋଇ ରହିଛି ଏହି ନାଁ। ନଭେମ୍ବର ୨୦୨୫ ରେ ଆସିଥିବା ବାତ୍ୟା ‘ଦିତୱା’ ପରେ ଉତ୍ତର ଭାରତ ମହାସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଏହା ପ୍ରଥମ ବାତ୍ୟା ହେବ।ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହା ସେପ୍ଟେମ୍ବର ୨୨ ସୁଦ୍ଧା ଅବପାତ କିମ୍ବା ଗଭୀର ଅବପାତର ରୂପ ନେଇପାରେ। ଯଦି ଏହି ସିଷ୍ଟମ ଅଧିକ ଘନୀଭୂତ ହୋଇ ପବନର ବେଗ ଘଣ୍ଟା ପ୍ରତି ୬୨ କିଲୋମିଟର ବା ତା’ଠାରୁ ଅଧିକ ହୁଏ, ତେବେ ଯାଇ ଏହାକୁ ଆନୁଷ୍ଠାନିକ ଭାବେ ‘ବାତ୍ୟା ଅର୍ଣ୍ଣବ’ ନାମରେ ନାମିତ କରାଯିବ।

ସେପଟେ ୟୁରୋପୀୟ ପାଣିପାଗ ସଂସ୍ଥା- ECMWFର ତଥ୍ୟକୁ ଆଧାର କରି windy.com ର ମଡେଲ୍ ଦର୍ଶାଇଛି ଯେ, ସେପ୍ଟେମ୍ବର ୨୩-୨୪ ଆଡ଼କୁ ଏକ ବାତ୍ୟା ସୃଷ୍ଟି ହୋଇପାରେ। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ବର୍ତ୍ତମାନଠାରୁ ସ୍ପଷ୍ଟ ଭାବେ କହିବା ସହଜ ନୁହେଁ।

 

 

Related Articles

Back to top button