Breaking Newsନିର୍ବାଚନ

ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ

ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସରେ ବାଜିଛି ନିର୍ବାଚନ ବିଗୁଲ୍ | ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆସିଛି ବିଜ୍ଞପ୍ତି। ଛାତ୍ର ସଂସଦ ନିର୍ବାଚନ ପାଇଁ ଅକ୍ଟୋବର ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୯ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ଏହାପରେ ଅକ୍ଟୋବର ୧୫ ତାରିଖରେ କ୍ୟାମ୍ପସରେ ଭୋଟ୍ ଗ୍ରହଣ ହେବ। ଦଶହରା ଛୁଟି ଆରମ୍ଭ ହେବା ପୂର୍ବରୁ ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ।

ଦୀର୍ଘ ସମୟ ପରେ କ୍ୟାମ୍ପସ୍ ଇଲେକ୍ସନ୍ ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ନିର୍ବାଚନ ପରେ ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।ରାଜ୍ୟରେ ଶେଷଥର ପାଇଁ ୨୦୧୭ରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା । ୨୦୧୮ରୁ କ୍ୟାମ୍ପସ୍ ଇଲେକ୍ସନ୍ ବନ୍ଦ ରହିଥିଲା । କ୍ୟାମ୍ପସ୍ ସମ୍ପର୍କିତ ବିଭିନ୍ନ ସମସ୍ୟା ସହ କୋଭିଡ୍ ପରିସ୍ଥିତିକୁ ନେଇ ମଧ୍ୟ ଦୀର୍ଘ ସମୟ ଧରି ଛାତ୍ର ସଂସଦ ନିର୍ବାଚନ ହୋଇପାରିନଥିଲା । କୋଭିଡ ପରେ ମଧ୍ୟ ପୂର୍ବ ସରକାର ଏ ନେଇ କୌଣସି ପଦକ୍ଷେପ ନେଇନଥିଲେ।ଏବେ ନିର୍ବାଚନ ତାରିଖ ଓ କାର୍ଯ୍ୟସୂଚୀ ସାମ୍ନାକୁ ଆସିବା ପରେ ରାଜ୍ୟର କ୍ୟାମ୍ପସଗୁଡ଼ିକରେ ପୁଣି ଛାତ୍ର ରାଜନୀତି ସରଗରମ ହେବାର ବାଟ ଫିଟିଛି।

Related Articles

Back to top button