Uncategorized

ନଦୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ, ଅନ୍ୟ ଜଣେ ନିଖୋଜ

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳସ୍ଥିତ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇ ୨ ଜଣ ନାବାଳକ ନିଖୋଜ ହୋଇଯାଇଥିଲେ। ସୂଚନା ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଡଙ୍ଗା ସାହାଯ୍ୟରେ ବ୍ୟାପକ ଖୋଜାଖୋଜି କରିବା ପରେ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରିଛି। ଅନ୍ୟ ଜଣେ ନାବାଳକ ଏପର୍ଯ୍ୟନ୍ତ ନିଖୋଜ ଥିବାରୁ ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବାହିନୀ ପକ୍ଷରୁ ସନ୍ଧାନ ଅଭିଯାନ ଜାରି ରହିଛି। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ଝାଡ଼େଶ୍ୱରପୁର ଅଞ୍ଚଳର କିଛି ନାବାଳକ ରାଜପୁର ନିକଟସ୍ଥ ସାହାଜାମାଲ ଅଞ୍ଚଳରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ନଦୀରେ ଗାଧୋଉଥିବା ସମୟରେ ହଠାତ୍ ଅସାବଧାନତା ହେତୁ ସେମାନେ ଗଭୀର ପାଣି ଏବଂ ପ୍ରଖର ସ୍ରୋତ ମଧ୍ୟକୁ ଚାଲିଯାଇ ଭାସିଯାଇଥିଲେ। ଏହି ଦୁର୍ଘଟଣାରେ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଅଳ୍ପକେ ରକ୍ଷା ପାଇଯାଇଥିବା ବେଳେ ଅନ୍ୟ ଦୁଇଜଣ ନଦୀର ସ୍ରୋତରେ ଭାସିଯାଇଥିଲେ। ଭାସିଯାଇଥିବା ଦୁଇ ନାବାଳକ ହେଲେ ଝାଡ଼େଶ୍ୱରପୁର ଅଞ୍ଚଳର ୧୫ ବର୍ଷୀୟ ଶେଖ ସାମସେଦ ଏବଂ ଖଡ଼ଗପୁର ଅଞ୍ଚଳର ୧୧ ବର୍ଷୀୟ ଶେଖ ଜିସାନ। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।

Related Articles

Back to top button