Breaking Newsନିର୍ବାଚନ

ଘୋଷଣା ହେବ ଛାତ୍ର ସଂସଦ ନିର୍ବାଚନ ତାରିଖ

କେବେ ହେବ ଛାତ୍ର ସଂସଦ ନିର୍ବାଚନ ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି | କଣ ଛାତ୍ର ସଂସଦ ନିର୍ବାଚନ ବିଜେଡି ଅମଳରେ ବନ୍ଦ ହୋଇଥିଲା | ହେଲେ ସରକାରକୁ ଆସିଲେ ବିଜେପି ଛାତ୍ର ସଂସଦ ନିର୍ବାଚନ କରିବ ବୋଲି ପ୍ରତିଶୃତି ଦେଇଥିଲା | ହେଲେ 2 ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଘୋଷଣା ହୋଇନି | ଯାହାକୁ ନେଇ ବିରୋଧୀଙ୍କ ଠାରୁ ଆରମ୍ଭ କରି ଯୁବପିଢ଼ି ସମସ୍ତେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି | ଶେଷରେ ସରକାର ଏ ନେଇ ନିଷ୍ପତ୍ତି ନେବାକୁ ଯାଉଛନ୍ତି |

ଦୀର୍ଘ ବର୍ଷ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନ ଚଳିତ ଶିକ୍ଷାବର୍ଷରେ ହେବ କି ନାହିଁ, ତାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ିଛି ଉତ୍ସୁକତା । ଏନେଇ ଲୋକଭବନରେ ବସିଛି କୁଳପତିମାନଙ୍କ ବୈଠକ । ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳପତିମାନେ ଯୋଗ ଦେଇଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି ।ବିଶ୍ବବିଦ୍ୟାଳୟଗୁଡ଼ିକର ଶିକ୍ଷା ବ୍ୟବସ୍ଥା, ପ୍ରଶାସନିକ କାର୍ଯ୍ୟ ଓ ଭିତ୍ତଭୂମି ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେଉଛି । ବିଶେଷ କରି ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ, ଅଣଶିକ୍ଷକ ଓ ସରକାରୀ କର୍ମଚାରୀଙ୍କ ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ହେଉଛି।

Related Articles

Back to top button