
ବିଜେଡି ପରେ ଗର୍ଜୁଛି କଂଗ୍ରେସ। MMDR ଆଇନ ବିରୋଧରେ ଆଜି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ଓଡ଼ିଶାରୁ ଯାଇଥିବା ୨୦ ସାଂସଦ ସଂସଦରେ ଏହି ପ୍ରସଙ୍ଗରେ ପାଟି ଖୋଲିନାହାନ୍ତି। ଏହାକୁ ନେଇ କଂଗ୍ରେସ ପ୍ରତିବାଦ କରିଛି । ରାଜ୍ୟର ହକ୍ ପାଇଁ ଦଳ ଲଢେଇ କରିବ। ତାରା କହିଛନ୍ତି, ‘ଆମେ ଏ ପ୍ରସଙ୍ଗ ପ୍ରଥମେ ବିଧାନସଭାରେ ଉଠାଇଥିଲୁ। ପରେ ବିଜେଡି ଆମକୁ ସମର୍ଥନ କରିଛି। MMDR ସଂଶୋଧନକୁ ନେଇ ରାଜ୍ୟର ସ୍ୱାର୍ଥ ଓ ଖଣିଜ ସମ୍ପଦ ସମ୍ପର୍କିତ ପ୍ରସଙ୍ଗ ଉଠାଇବା ଜାରି ରହିବ ବୋଲି ତାରା କହିଛନ୍ତି।




