Uncategorized

ବିଧାନସଭାରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେଲେ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ବର: ଚଳିତ ବର୍ଷ ଓଡ଼ିଶାରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବାସଗୃହ, ଚାଷଜମି ଏବଂ ପଶୁସମ୍ପଦ ପ୍ରଭାବିତ ହୋଇଥିବା ବେଳେ ବିଧାନସଭାରେ ଏହାର ପୂର୍ଣ୍ଣାଙ୍ଗ ହିସାବ ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଏକ ଲିଖିତ ଉତ୍ତର ଜରିଆରେ ସେ ବନ୍ୟା କ୍ଷୟକ୍ଷତି ଏବଂ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ରିଲିଫ୍‌ ସହାୟତାର ସରକାରୀ ତଥ୍ୟ ପ୍ରକାଶ କରିଛନ୍ତି। ସରକାରୀ ଆକଳନ ଅନୁଯାୟୀ, ଚଳିତ ବନ୍ୟାରେ ମୋଟ ୭ ଜଣ ଲୋକଙ୍କର ଜୀବନ ଯାଇଥିବା ବେଳେ ୯୩ଟି ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ଓ ବନ୍ୟା ଜଳର ସ୍ରୋତରେ ରାଜ୍ୟରେ ମୋଟ ୧୮,୦୭୬ଟି ବାସଗୃହ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ସେହିପରି ଚାଷକାର୍ଯ୍ୟ କ୍ଷେତ୍ରରେ ଗମ୍ଭୀର ପ୍ରଭାବ ପଡ଼ିଥିବା ବେଳେ ପ୍ରାୟ ୨ ଲକ୍ଷ ୧୨ ହଜାର ୫୩୩ ହେକ୍ଟର ଚାଷଜମିରେ ଫସଲ ସମ୍ପୂର୍ଣ୍ଣ ବୁଡ଼ିଜଳି ନଷ୍ଟ ହୋଇଛି। ବନ୍ୟା ବିପନ୍ନଙ୍କ ସହାୟତା ଏବଂ କ୍ଷତିଭରଣା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ଆର୍ଥିକ ଅନୁଦାନ ମଞ୍ଜୁର କରାଯାଇଛି। ସରକାରଙ୍କ ପକ୍ଷରୁ ବ୍ୟକ୍ତିଗତ କ୍ଷତି ଭରଣା ବାବଦରେ ସମୋଟ ୨୩୪ କୋଟି ୮୪ ଲକ୍ଷ ୮୬ ହଜାର ଟଙ୍କାର ପ୍ରତ୍ୟକ୍ଷ ସହାୟତା ପ୍ରଦାନ କରାଯାଇଛି। ଏହା ମଧ୍ୟରୁ ଭଙ୍ଗାଯାଇଥିବା ଘରଗୁଡ଼ିକର ପୁନଃନିର୍ମାଣ ଓ ମରାମତି ପାଇଁ ୩୩ କୋଟି ଟଙ୍କା ଏବଂ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଫସଲ କ୍ଷତିପୂରଣ ବାବଦରେ ୧୫୧ କୋଟି ଟଙ୍କାର ଆର୍ଥିକ ସହାୟତା ବଣ୍ଟନ କରାଯାଇଛି।

Related Articles

Back to top button