ଜାତୀୟ

ଭୟଙ୍କର ଦୁର୍ଘଟଣା: ଚାଲିଗଲା ମନ୍ତ୍ରୀଙ୍କ ଝିଅ ଜୀବନ

ମନ୍ତ୍ରୀଙ୍କ ଘରେ ଖେଳିଯାଇଛି ଶୋକର ଛାୟା । ଅକାଳରେ ଆଖି ବୁଝିଲା ମନ୍ତ୍ରୀଙ୍କ ଝିଅ । ଝାଡଖଣ୍ଡର ଜାମସେଦପୁରରେ ଟ୍ରକକୁ ଏକ କାର ପଛରୁ ଧକ୍କା ଦେଇଥିଲା । ଏଥିରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂଙ୍କ ଝିଅ ତ୍ରିଶା ପ୍ରାଣ ହରାଇଛନ୍ତି। ଅନ୍ୟ ମୃତକମାନେ ହେଲେ ସାର୍ଥକ ଅଗ୍ରୱାଲ, ନମନ ଗୁପ୍ତା ଏବଂ ବଂଶିକା ଖଣ୍ଡେଲୱାଲ। ସମସ୍ତେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଥିଲେ।

ଏହି ଦୁର୍ଘଟଣା ଦୋମୁହାଣିର ମେରାଇନ ଡ୍ରାଇଭ ନିକଟ ହାଇ ୱେରେ ଘଟିଛି। ସୂଚନା ଅନୁସାରେ ଟ୍ରକର ବ୍ରେକ ଖରାପ ଥିବା ଯୋଗୁଁ ଟ୍ରକଟି ବୁଧବାର ରାତି ୧୦ଟାରୁ ହାଇୱେର ଡାହାଣ ପାର୍ଶ୍ୱରେ ଡିଭାଇଡର ନିକଟରେ ପାର୍କିଂ ହୋଇଥିଲା। ଗୁରୁବାର ସକାଳେ କାରଟି ଦ୍ରୁତ ଗତିରେ ଆସି ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ କାରରେ ଥିବା ସମସ୍ତଙ୍କ ମୃତ୍ୟୁ ହୋଇଥିଲା। କାରଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ଦୁର୍ଘଟଣାରେ ଝାଡ଼ଖଣ୍ଡର ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିଛନ୍ତି।

Related Articles

Back to top button