ଜାତୀୟ

ବିଜେପି କାର୍ଯ୍ୟାଳୟକୁ ଉଡାଇ ଦେବାକୁ ଧମକ

ପୁଣି ଥରେ ବୋମା ଧମକକୁ ନେଇ ଚାଞ୍ଚଲ୍ୟ। ମାତ୍ର ୫ ଦିନ ପରେ ପୁଣି ଆସିଛି ଧମକପୂର୍ଣ୍ଣ ଇମେଲ୍। ଏଥର ଅହମଦାବାଦର ସୋମନାଥ ମନ୍ଦିର ସହ ଖାନପୁର ଓ କୋବା ଅଞ୍ଚଳର ବିଜେପି କାର୍ଯ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି।ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ଅହମଦାବାଦ ସିଟି ପୋଲିସ ସକ୍ରିୟ ହୋଇଛି। ଘଟଣାସ୍ଥଳରେ ପୋଲିସ ସହ ବମ୍ ସ୍କ୍ୱାଡ୍ ଓ ଅନ୍ୟ ସୁରକ୍ଷା ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି।

ପୋଲିସକୁ ମିଳିଥିବା ଇମେଲ୍‌ରେ ସୋମନାଥ ମନ୍ଦିର, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ବିଜେପି କାର୍ଯ୍ୟାଳୟ, ପୋଲିସ କର୍ମଚାରୀ ଏବଂ RAWକୁ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ବିଭିନ୍ନ ସ୍ଥାନରେ ବୋମା ରଖାଯାଇଥିବା ନେଇ ମଧ୍ୟ ଇମେଲ୍‌ରେ ଦାବି କରାଯାଇଛି। ଇମେଲ୍‌ରେ ରାଜନୈତିକ ଓ ଉତ୍ତେଜନାମୂଳକ ସ୍ଲୋଗାନ ମଧ୍ୟ ଲେଖାଯାଇଥିବା ସୂଚନା ମିଳିଛି।ଏହି ଧମକ ପଛରେ କିଏ ଅଛି? ଇମେଲ୍ କେଉଁଠାରୁ ପଠାଯାଇଛି? ଏହା ପ୍ରକୃତ ଧମକ ନା କେବଳ ଆତଙ୍କ ସୃଷ୍ଟି କରିବାର ଉଦ୍ୟମ? ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ।

ଘଟଣାର ଗୁରୁତ୍ୱକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ବର୍ତ୍ତମାନ ଧମକପୂର୍ଣ୍ଣ ଇମେଲ୍‌ର ଉତ୍ସ ଓ ଏହା ପଛରେ ଥିବା ବ୍ୟକ୍ତି କିମ୍ବା ଗୋଷ୍ଠୀକୁ ଚିହ୍ନଟ କରିବା ଦିଗରେ ତଦନ୍ତ ଜୋରଦାର ହୋଇଛି। ବୋମା ଧମକକୁ ନେଇ ଗୁଜୁରାଟ ପୋଲିସ ଓ ସୁରକ୍ଷା ଏଜେନ୍ସିର ତଦନ୍ତ ଜାରି ରହିଛି।

Related Articles

Back to top button