ପାଣିପାଗ

୧୯ ପରେ ବଦଳିବ ପାଗ !ପ୍ରବଳ ବର୍ଷିବ,ଜୋରରେ ବହିବ ପବନ !

ବଦଳିବ ପାଗର ମିଜାଜ | ୧୯ରେ ସୃଷ୍ଟି ହେବ ଲଘୁଚାପ | କିଛି ଦିନ ସିଝିବା ପରେ ଭିଜିବ ସାରା ଓଡିଶା | ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ କାଚିବ ବର୍ଷା | ଏ ନେଇ ଆକଳନ କରିଛି ଆକଳନ କରିଛି ପାଣିପାଗ ବିଭାଗ | ହଁ ଆଂଜ୍ଞା ଉତ୍ତର ଥାଇଲାଣ୍ଡ ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହା ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରକୁ ଗତି କରିବାର ସମ୍ଭାବନା ରହିଛି। ଆଉ ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ଆଗାମୀ ୩ ଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆଜି ଉତ୍ତର, ପଶ୍ଚିମ ଓ ଉପକୂଳ ଓଡିଶାର ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆସନ୍ତା କାଲି ଉତ୍ତର ଓଡିଶାର, କେନ୍ଦୁଝର, ମରୂରଭଞ୍ଜ ଓ ବାଲେଶ୍ବରରେ ପ୍ରବଳ ବର୍ଷା ହୋଇପାରେ। ୧୯ ତାରିଖ ବେଳକୁ ବଢିବ ବର୍ଷା ପରିମାଣ। ଦକ୍ଷିଣ ଓଡି଼ଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୦ ତାରିଖରେ ପୁରା ରାଜ୍ୟରେ ବର୍ଷିବ।

୨୩ ତାରିଖ ଠାରୁ ଓଡିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ସେପଟେ ଆଜି ଉତ୍ତର ଏବଂ ଉପକୂଳ ଓଡିଶାର ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Related Articles

Back to top button