ଅନ୍ତର୍ଜାତୀୟ

ଭୁଷୁଡ଼ିଲା ସୁନା ଖଣି ;ଚାଲିଗଲା ୬୦ ଜୀବନ, ଅନେକ ନିଖୋଜ

ସୁଡାନରେ ବଡ଼ ଦୁର୍ଘଟଣା ଘଟିଛି | ଅଲ୍-ନୁହୁଦ ସହରର ଉତ୍ତରରେ ଥିବା ଏକ ବଡ଼ ସୁନା ଖଣି ଭୁଶୁଡି ପଡିଛି | ଆଉ ଏଥିରେ ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଗକୁ ଆହୁରି ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆକଳନ କରାଯାଉଛି | କାରଣ ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି |

ସୁଡାନ ଆଫ୍ରିକାର ପ୍ରମୁଖ ସୁନା ଉତ୍ପାଦନକାରୀ ଦେଶ ମଧ୍ୟରୁ ଅନ୍ୟତମ । ଦେଶରେ ସୁନାର ଏକ ବଡ଼ ଅଂଶ ପାରମ୍ପରିକ ଓ ଅନିୟମିତ ଖଣି ମାଧ୍ୟମରେ ଉତ୍ତୋଳନ କରାଯାଏ । ଅନେକ ଖଣିରେ ଆଧୁନିକ ସୁରକ୍ଷା ବ୍ୟବସ୍ଥା, ଉପକରଣ ଓ ଉଦ୍ଧାର ପ୍ରଣାଳୀର ଅଭାବ ଥିବାରୁ ଏଭଳି ଦୁର୍ଘଟଣାର ଆଶଙ୍କା ଅଧିକ ରହିଥାଏ । ସୁନାର ଏକ ଅଂଶ ଅବୈଧ ଭାବେ ବିକ୍ରି ଓ ଚୋରାଚାଲାଣ ହେଉଥିବା ନେଇ ମଧ୍ୟ ରିପୋର୍ଟ ରହିଛି ।

ୱେଷ୍ଟ କର୍ଡୋଫାନ୍‌ର ଅନେକ ସୁନା ଖଣି ଅର୍ଦ୍ଧସାମରିକ ବଳ ରାପିଡ୍ ସପୋର୍ଟ ଫୋର୍ସେସ୍‌ (RSF)ର ନିୟନ୍ତ୍ରଣରେ ଥିବା କୁହାଯାଏ । ଏହି ଅଞ୍ଚଳରେ ସୁନା ଖଣି ଆୟର ଏକ ପ୍ରମୁଖ ଉତ୍ସ ହୋଇଥିବାରୁ ଖଣି ଶ୍ରମିକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଏପ୍ରିଲରେ ମଧ୍ୟ ଏକ ଖଣି ଦୁର୍ଘଟଣାରେ ୭ ଜଣ ଶ୍ରମିକ ପ୍ରାଣ ହରାଇଥିଲେ ଏବଂ ୬ ଜଣ ଆହତ ହୋଇଥିଲେ ।

Related Articles

Back to top button