ଜାତୀୟରାଜନୀତି

ବନ୍ଦେ ମାତରମ୍ କୁ ନେଇ ବିବାଦ | ରାଗିକି ଉଠିଗଲେ ବିଜେପି ବିଧାୟକ !

‘ବନ୍ଦେ ମାତରମ୍’କୁ ନେଇ ଦେଶରେ ପୁଣି ରାଜନୈତିକ ବିବାଦ ତେଜିଛି | ସରକାରୀ କାର୍ଯ୍ୟକ୍ରମରୁ ରାଗିକି ଉଠିପଳାଇଲେ ଶିବମୋଗାର ବିଜେପି ବିଧାୟକ, ଏସ.ଏନ. ଚନ୍ନାବାସପ୍ପା | ହଁ ଦର୍ଶକବନ୍ଧୁ ଶିବମୋଗାର ଡକ୍ଟର ବି.ଆର. ଆମ୍ବେଦକର ଭବନରେ ଏକ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଚାଲିଥିଲା | ବିଧାୟକ , ନେତା ସମସ୍ତେ ଉପସ୍ଥିତ ଥିଲେ , ଆଉ ‘ବନ୍ଦେ ମାତରମ୍ ଗୀତକୁ ଗାଇଥିଲେ | କିନ୍ତୁ ଦୁଇ ପଦ ପରେ ବନ୍ଦ କରିଦେଇଥିଲେ | ବାସ ଏହା ପରେ ଆରମ୍ଭ ହୋଇଯାଇଥିଲା ହଂଗାମା |

ଜାତୀୟ ସଙ୍ଗୀତକୁ କାହିଁକି କରାଗଲା ଅସମ୍ମାନ ? କାହିଁକି ମାତ୍ର ଦୁଇଟି ପଦ ପରେ ଛୋଟ କରାଗଲା ?କାହିଁକି ସମ୍ପୂର୍ଣ୍ଣ ଭାବରେ “ବନ୍ଦେ ମାତରମ୍” ଗାନ କରାଗଲା ନାହିଁ ? ଏମିତି ପ୍ରଶ୍ନ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ଚନ୍ନାବାସପ୍ପା | କେବଳ ଏତିକି ନୁହେଁ ବିଧାୟକ ଜିଦ୍ ଧରିଥିଲେ ଯେ ରାଜ୍ୟ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ଉଚିତ | ପୂର୍ବରୁ ବି ସମସ୍ତ ଛଅଟି ଶ୍ଳୋକ ଗାନକୁ ନେଇ ଅନେକ ରାଜ୍ୟରେ ବିବାଦ ରହିଛି। ଜମ୍ମୁ-କାଶ୍ମୀରରେ କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସ ମଧ୍ୟରେ ପୂର୍ବରୁ ମୁହାଁମୁହିଁ ହୋଇଛି।

ନିକଟରେ ଶ୍ରୀନଗରରେ ଏକ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ବନ୍ଦେ ମାତରମର ଛଅଟି ଶ୍ଳୋକ ଗାନ କରାଯାଇଥିଲା। କଂଗ୍ରେସ ଏ ବିଷୟରେ ପ୍ରଶ୍ନ ଉଠାଇଥିଲା।

Related Articles

Back to top button