କ୍ରୀଡ଼ା

ଭାରତ ଏସିଆ କପ୍ ଚାମ୍ପିଅନ | ଫାଇନାଲରେ ମାତ୍ ଖାଇଲା ଶ୍ରୀଲଙ୍କା |

ଅଷ୍ଟମ ଥର ପାଇଁ ମହିଳା ଏସିଆ କପ୍ କ୍ରିକେଟ୍ ଟ୍ରଫି ଜିତିଛି ଭାରତୀୟ ଦଳ। ଭାରତ ଜିତିଲା ମହିଳା ଏସିଆ କପ୍। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୧୮୩ ରନ୍ ସଂଗ୍ରହ କରିଥିଲା। ଶେଫାଳି ସର୍ବାଧିକ ୬୮ ଓ ସ୍ମୃତି ୫୯ ରନ୍ କରିଥିଲେ। ଆଉ ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍ ମ୍ୟାଚକୁ ଅତି ସହଜରେ ୭୨ ରନରେ ଜିତି ହର୍ମନପ୍ରୀତଙ୍କ ଟିମ୍।

ଜବାବରେ ଶ୍ରୀଲଙ୍କା ସମାନ ୨୦ ଓଭର ଖେଳି ୧୧୧ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା। ଅଧିନାୟିକା ଚମାରି ଆଟାପାଟ୍ଟୁ ସର୍ବାଧିକ ୩୬ ରନ୍ କରିଥିଲେ। ଭାରତ ପକ୍ଷରୁ ଶ୍ରୀ ଚାରଣୀ ସର୍ବାଧିକ ୪ ୱିକେଟ୍ ଏବଂ ଦୀପ୍ତି ଶର୍ମା ୩ ୱିକେଟ୍ ନେଇଥିଲେ। ତେବେ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଭଳି ମହିଳା କ୍ରିକେଟ୍ ଦଳ ମଧ୍ୟ ଏସୀୟ କ୍ରିକେଟ୍ ପରିଷଦ ତଥା ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ମୋହସିନ ନକଭୀଙ୍କ ହାତରୁ କପ କିମ୍ବା ମେଡାଲ୍ ନେଇ ନାହାନ୍ତି। ଉପବିଜେତା ଶ୍ରୀଲଙ୍କାକୁ ଚେକ୍ ପ୍ରଦାନ କରିବା ପରେ ପୁରସ୍କାର ବିତରଣୀ ଉତ୍ସବର ସମାପନ ହୋଇଥିଲା।

ସେପଟେ ଏସିଆ କପ ବିଜୟ ପାଇଁ ଭାରତୀୟ ମହିଳା ଟିମରକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଏକ୍ସରେ ଚାମ୍ପିଅନଙ୍କ ଫଟୋ ସେୟାର କରିବା ସହ ଏହା ପ୍ରତିଟି ଭାରତୀୟଙ୍କ ପାଇଁ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି।

 

Related Articles

Back to top button