ଓଡ଼ିଶାଶିକ୍ଷା

ଆରମ୍ଭ ହେଲା ପିଜି ନାମଲେଖା | ୨୧ ଯାଏଁ ଆବେଦନ ସୁଯୋଗ |

ଆରମ୍ଭ ହେଲା ପିଜି ନାମଲେଖା | ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲିପଡ଼ିଥିବା ପିଜି ସିଟ୍‌ରେ ଆଜିଠୁ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା । ସେପ୍ଟେମ୍ବର ୧୨ରୁ ୨୧ ମଧ୍ୟରେ ଆଗ୍ରହୀ ଯୋଗ୍ୟ ଛାତ୍ରଛାତ୍ରୀ ସାମ୍‌ ୱେବସାଇଟ୍‌ରେ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍) ପୂରଣ କରିପାରିବେ । ସେପ୍ଟେମ୍ବର ୨୪ରେ ପ୍ରଥମ ରାଉଣ୍ଡ୍ ପ୍ରୋଭିଜନାଲ ଆଲମେଣ୍ଟ ପ୍ରକାଶ ପାଇବ ।

୨୫ରୁ ୨୮ ତାରିଖରେ ବିଦ୍ୟାର୍ଥୀ ଇଣ୍ଟିମେସନ୍ ଲେଟର ଡାଉନ୍‌ଲୋଡ୍ ସହ ନାମଲେଖା ଫି ଅନ୍‌ଲାଇନ୍ ମୋଡ୍‌ରେ ଦାଖଲ କରି ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖାଇବେ ।ଅପେକ୍ଷାରତ ଛାତ୍ରଛାତ୍ରୀଙ୍କ ନାମଲେଖା ରାଉଣ୍ଡ ପାଇଁ ସେପ୍ଟେମ୍ବର ୨୯ ଓ ୩୦ରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହ ଉଚ୍ଚ ଶିକ୍ଷାନୁଷ୍ଠାନରେ ଫିଜିକାଲ ରିପୋଟିଂ କରିପାରିବେ । ଅକ୍ଟୋବର ୧ରେ ରିପୋଟିଂ କରିଥିବା ଅପେକ୍ଷାରତ ଛାତ୍ରଛାତ୍ରୀଙ୍କ ମେଧା ତାଲିକା ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

Related Articles

Back to top button