ଓଡ଼ିଶାଜାତୀୟରାଜନୀତି

MMDRକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ | ପୂର୍ବ ସରକାର ମାଇନିଙ୍ଗ ସେକ୍ଟର ଉନ୍ନତି ପାଇଁ କିଛି କରି ନ ଥିଲେ |

ଯେଉଁମାନେ 24 ବର୍ଷ ଧରି ଏ ରାଜ୍ୟକୁ ଚଳାଉଥିଲେ ସେମାନେ ମିଥ୍ୟା ଅପପ୍ରଚାର କରୁଛନ୍ତି । mmdr ଆକ୍ଟ ଏକ ସେଣ୍ଟ୍ରାଲ ଆକ୍ଟ। ଏହା କେନ୍ଦ୍ର ସରକାରଙ୍କ ଅଧୀନରେ ଆସେ। ଯଦି କିଛି ଚେଞ୍ଜ ହୁଏ ତାହା କେନ୍ଦ୍ର ସରକାର କରନ୍ତି। ଯିଏ କୁମ୍ଭର କାନ୍ଦଣା କାନ୍ଦୁଛନ୍ତି ସେମାନେ 2015 ମସିହାରେ କୋଉଠି ଥିଲେ ? ଯେବେ ଇ ଅକ୍ସନ ରୁଲ ଆସିଲା 2015 ମସିହାରେ। ସେବେ କେଉଁଠି ଥିଲେ ବିରୋଧୀ? ଆଗରୁ ଶାଗ ମାଛ ଦରରେ ଖଣି ମିଳିଯାଉଥିଲା ଓ କିଛି ନିର୍ଦିଷ୍ଟ ଲୋକଙ୍କୁ ଦିଆଯାଉଥିଲା। ସେତେବେଳେ ଖଣି ଖାଦାନରୁ ଅନେକ ଲୁଟ ହେଉଥିଲା। ସାହା କମିସନ ସେବେ cbi ତଦନ୍ତ ପାଇଁ ମଧ୍ୟ ଦାବି କରିଥିଲା। ସେଥିପାଇଁ ଓଡ଼ିଶାର 861 ପ୍ରତିଶତ ମାଇନ୍ସ ରିଭିନିଉରେ ଉନ୍ନତି ହେଲା । ସେଣ୍ଟ୍ରାଲ ଆକ୍ଟରେ କେନ୍ଦ୍ର ସରକାର ଚେଞ୍ଜ ଆଣିବାରୁ ଫାଇଦା ହେଲା। ରାଜ୍ୟର ଉନ୍ନତି ହେଲା। ଆଗରୁ ପାରଦର୍ଶିତା ନଥିଲା । ଲୁଟ ଚାଲିଥିଲା ବିରୋଧୀଙ୍କ ଦ୍ୱାରା ଭ୍ରାନ୍ତ ଧାରଣା ତିଆରି କରାଯାଉଛି ବୋଲି ବିଜେପି ନେତା ଅମର ପଟ୍ଟନାୟକ କହିଛନ୍ତି |

କେବଳ ଏତିକି ନୁହେଁ, ଆହୁରି ମଧ୍ୟ କହିଛନ୍ତି ଯେତେବେଳେ ଓରିସେଟ ଆକ୍ଟ ଆସିଲା ତାହା ହାଇକୋର୍ଟରେ ରଦ୍ଧ ହେଲା। ତାହା ଏବେବି ସୁପ୍ରିମ କୋର୍ଟରେ ବିଚରାଧୀନ ଅଛି। ବିରୋଧୀ ବିଭ୍ରାନ୍ତକାରୀ ଓ ଭ୍ରମାତ୍ମକ କଥା କହୁଛନ୍ତି।। ପୂର୍ବ ସରକାର ମାଇନିଙ୍ଗ ସେକ୍ଟର ଉନ୍ନତି ପାଇଁ କିଛି ବି କରି ନଥିଲେ । ସେମାନେ ମାଇନିଙ୍ଗ ସେକ୍ଟରକୁ ସୁନା ଅଣ୍ଡା ଦିଆ କୁକୁଡ଼ା ରୂପେ ବ୍ୟବହାର କରୁଥିଲେ। ଆଉ ଏବେ mmdr ଆକ୍ଟ ଓଡ଼ିଶା ପାଇଁ ଲଙ୍ଗ ଟର୍ମ ରେ ଲାଭ ଦାୟକ ହେବ। ରାଜ୍ୟମାନଙ୍କୁ କେନ୍ଦ୍ର ୯୦ ପ୍ରତିଶତ ଅର୍ଥ ଦେବେ। ଓଡିଶାକୁ ମାଇନିଙ୍ଗ ରାୟାଲିଟି, ଡିଏମଏଫରେ କୌଣସି କ୍ଷତି ହେବନି। cag ରିପୋର୍ଟ ଅନୁସାରେ ପୂର୍ବରୁ dmf ରେ ବହୁ ପରିମାଣରେ ଅନିୟମିତତା ହୋଇଛି । dmfକୁ ଲୁଟ କରିଛନ୍ତି ବିଗତ ସରକାର ,ଟ୍ୟାକ୍ସ ବସେଇଲେ । ହେଲେ ଆଦାୟ କରି ପାରିଲେ ନାହିଁ ପୂର୍ବ ସରକାର ।

ଟ୍ୟାକ୍ସ କଲେକ୍ସନ କରିବା ଓ ତାକୁ ଲୁଟିବା ଅପେକ୍ଷା ରାଜ୍ୟ ଓ ଦେଶର ଅର୍ଥନୀତି କିଭଳି ସୁଦୃଢ ହେବ। ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ତାହା ବିଗତ ବିଜେଡି ସରକାର ଭାବିନଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବା ପରେ ଏ ସବୁଥିରେ ସୁଧାର ଆସିଛି ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେପି ନେତା |

 

Related Articles

Back to top button