ଓଡ଼ିଶାସ୍ୱାସ୍ଥ୍ୟ

ପାଞ୍ଚଟି ପ୍ରମୁଖ ବିଭାଗରେ ଅସ୍ତ୍ରୋପଚାର

ଭୁବନେଶ୍ୱର ,AIIMSରେ ଜେନେରାଲ୍ ସର୍ଜରୀ ,ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି , ୟୁରୋଲୋଜି, ପ୍ରସୂତି ଓ ସ୍ତ୍ରୀରୋଗ  ବାରିଆଟ୍ରିକ୍ ସର୍ଜରୀ  ସହ ଜଟିଳ ଶିଶୁ ରୋଗ ଅସ୍ତ୍ରୋପଚାର ଭଳି ବିଭିନ୍ନ ବିଭାଗରେ ରୋବୋଟିକ୍ ସହାୟତାରେ ସଫଳ ଅସ୍ତ୍ରୋପଚାର କରାଯାଉଛି । ଏହି ପ୍ରଯୁକ୍ତି ମାଧ୍ୟମରେ, ରୋଗୀମାନେ ସଠିକ୍, କମ୍ ଯନ୍ତ୍ରଣାଦାୟକ ଏବଂ ଶୀଘ୍ର ସୁସ୍ଥ ହେବାର, ସୁବିଧା ପାଉଛନ୍ତି ।ଅତ୍ୟାଧୁନିକ ରୋବୋଟିକ୍ ପ୍ରଯୁକ୍ତି ସହାୟତାରେ ୧୦୦ଟି ସଫଳ ଅସ୍ତ୍ରୋପଚାର ସମ୍ପନ୍ନ କରି, ଏହା ଓଡ଼ିଶାର ପ୍ରଥମ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଭାବେ ଏହି ମାଇଲଖୁଣ୍ଟ ହାସଲ କରିଛି । ଏହି ସଫଳତା କେବଳ ଭୁବନେଶ୍ୱର AIIMS ପାଇଁ ନୁହେଁ, ବରଂ ଓଡ଼ିଶା ଓ ପୂର୍ବ ଭାରତର ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପାଇଁ, ଏକ ବଡ଼ ଉପଲବ୍ଧି ।ଏହି ସେବା ଆରମ୍ଭ ପୂର୍ବରୁ ଉନ୍ନତ ରୋବୋଟିକ୍ ଅସ୍ତ୍ରୋପଚାର ପାଇଁ, ଓଡ଼ିଶାର ରୋଗୀମାନଙ୍କୁ ଚେନ୍ନାଇ, ହାଇଦ୍ରାବାଦ କିମ୍ବା ନୂଆଦିଲ୍ଲୀ ଭଳି ସହରକୁ ଯିବାକୁ ପଡ଼ୁଥିଲା ଏବଂ ଲକ୍ଷାଧିକ ଟଙ୍କା ବ୍ୟୟ କରିବାକୁ ହେଉଥିଲା । ବର୍ତ୍ତମାନ ଭୁବନେଶ୍ବର AIIMSରେ ସରକାରୀ ଦରରେ, ଏହି ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ହେବା ଫଳରେ, ରାଜ୍ୟର ହଜାର ହଜାର ରୋଗୀ ସିଧାସଳଖ ଉପକୃତ ହେଉଛନ୍ତି ।

Related Articles

Back to top button