Uncategorized

ନାଗପୁରରେ ଭୟଙ୍କର ଦୁର୍ଘଟଣା: କ୍ଲୋରିନ୍ ଗ୍ୟାସ୍ ଲିକ୍ ହୋଇ ୪୦ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁରସ୍ଥିତ ଗୋଧନି ଅଞ୍ଚଳରେ ଏକ ବଡ଼ ଧରଣର ଗ୍ୟାସ୍ ଲିକ୍ ଦୁର୍ଘଟଣା ଘଟିଛି। ଗୋଧନି ନଗର ପଞ୍ଚାୟତ ଦ୍ୱାରା ପରିଚାଳିତ ଜଳ ବିଶୋଧନାଗାରରୁ କ୍ଲୋରିନ୍ ଗ୍ୟାସ୍ ଲିକ୍ ହେବା ଫଳରେ ୪୦ ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୋମବାର ଭୋର୍ ସମୟରେ ପ୍ଲାଣ୍ଟରୁ ହଠାତ୍ କ୍ଲୋରିନ୍ ଗ୍ୟାସ୍ ଲିକ୍ ହେବା ଆରମ୍ଭ ହୋଇଥିଲା। ବାୟୁମଣ୍ଡଳରେ ଗ୍ୟାସ୍ ବ୍ୟାପିଯିବାରୁ ଆଖପାଖ ଅଞ୍ଚଳର ଲୋକଙ୍କ ସମେତ ୧୦ ଜଣ ପ୍ଲାଣ୍ଟ୍ କର୍ମଚାରୀ ପ୍ରବଳ ନିଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ କରିଥିଲେ। ଅସୁସ୍ଥ ସମସ୍ତ ୪୦ ଜଣଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁ (ICU)କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ପ୍ରଭାବିତଙ୍କୁ ଡାକ୍ତରୀ ନଜରବନ୍ଦୀରେ ରଖାଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଓ ନାଗପୁର ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିବା ସହ ଗ୍ୟାସ୍ ଲିକେଜ୍‌କୁ ବନ୍ଦ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ପ୍ଲାଣ୍ଟ୍ ପରିସର ଓ ଆଖପାଖ ଅଞ୍ଚଳରେ କଡ଼ା ପୋଲିସ ପାଟ୍ରୋଲିଂ ଜାରି ରହିଛି।

Related Articles

Back to top button