Uncategorized

ମାଧ୍ୟମିକ ସ୍ତରରେ ବଢ଼ୁଛି ଡ୍ରପ୍-ଆଉଟ୍: ଓଡ଼ିଶାରେ ୧୩.୭% ଛାତ୍ରଛାତ୍ରୀ ଅଧାରୁ ଛାଡ଼ୁଛନ୍ତି ପାଠ

ଭୁବନେଶ୍ୱର: ରାଜ୍ୟରେ ମାଧ୍ୟମିକ ସ୍ତରରେ (ନବମରୁ ଦ୍ୱାଦଶ ଶ୍ରେଣୀ) ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅଧାରୁ ଛାଡ଼ିବା ବା ‘ଡ୍ରପ୍-ଆଉଟ୍’ ହାର ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ୨୦୨୫-୨୬ ଶିକ୍ଷା ବର୍ଷର ଆକଳନ ଅନୁଯାୟୀ, ଓଡ଼ିଶାରେ ଏହି ହାର ୧୩.୭ ପ୍ରତିଶତ ରହିଛି, ଯାହା ଜାତୀୟ ହାର (୯.୭ ପ୍ରତିଶତ) ତୁଳନାରେ ଯଥେଷ୍ଟ ଅଧିକ। ତେବେ ଉଚ୍ଚ ପ୍ରାଥମିକ ସ୍ତରରେ (ଷଷ୍ଠରୁ ଅଷ୍ଟମ ଶ୍ରେଣୀ) ରାଜ୍ୟର ସ୍ଥିତି ଜାତୀୟ ହାର ତୁଳନାରେ ଭଲ ରହିଛି। ଏଠାରେ ଜାତୀୟ ଡ୍ରପ୍-ଆଉଟ୍ ହାର ୩.୬ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୨.୨ ପ୍ରତିଶତ ରହିଛି। ସେହିପରି ପ୍ରାଥମିକ ସ୍ତରରେ (ପ୍ରାକ୍-ପ୍ରାଥମିକରୁ ପଞ୍ଚମ ଶ୍ରେଣୀ) ପାଠପଢ଼ା ଛାଡ଼ିବା ହାର ମାତ୍ର ୦.୨ ପ୍ରତିଶତ ରେକର୍ଡ କରାଯାଇଛି। ପ୍ରାଥମିକ (1-5)ଶ୍ରେଣୀ ରେ ଡ୍ରପ ଆଉଟ ହାର ରହିଛି 0.2 % । ସେଥିରୁ ଛାତ୍ରଙ୍କ ଡ୍ରପ ଆଉଟ 0.3% ଓ ଛାତ୍ରୀଙ୍କ ଡ୍ରପ ଆଉଟ ହାର 0.2 % ରହିଛି । ଉଚ୍ଚ ପ୍ରାଥମିକ (6-8) ସ୍ତରରେ ଡ୍ରପ ଆଉଟ ହାର ରହିଛି 2.2% ଥିବାବେଳେ ସେଥିରୁ ଛାତ୍ରଙ୍କ ହାର 2.5% ଏବଂ ଛାତ୍ରୀଙ୍କ ହାର 1.9% ରହିଛି । ମାଧ୍ୟମିକ (9-1୦) ସ୍ତରରେ ଡ୍ରପ ଆଉଟ ହାର 13.7% ଥିବାବେଳେ ଛାତ୍ରଙ୍କ ଡ୍ରପ ଆଉଟ ହାର 16.1% ଏବଂ ଛାତ୍ରୀଙ୍କ ଡ୍ରପ ଆଉଟ ହାର 11.2%. ରହିଛି ।

Related Articles

Back to top button