Uncategorized

ଜାପାନରେ ୫.୯ ତୀବ୍ରତାର ଭୂମିକମ୍ପ: ୨୦ ଆହତ, ସୁନାମି ସତର୍କତା ନାହିଁ

ନୂଆଦିଲ୍ଲୀ: ଜାପାନରେ ୫.୯ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ଝଟକା ରାଜଧାନୀ ଟୋକିଓ ସମେତ ଇବାରାକି, ଚିବା ଓ ସାଇତାମା ପ୍ରାନ୍ତରେ ବିଶେଷ ଭାବେ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ଇବାରାକିର ଦକ୍ଷିଣ ଅଞ୍ଚଳରେ ଭୂପୃଷ୍ଠରୁ ପ୍ରାୟ ୭୦ କିଲୋମିଟର ଗଭୀରତାରେ ଥିବା ଜଣାପଡ଼ିଛି। ତେବେ ଏହି ଭୂମିକମ୍ପ ପରେ ସୁନାମିର କୌଣସି ବିପଦ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଇବାରାକିରେ ଅତି କମରେ ୨୦ ଜଣ ଆହତ ହୋଇଛନ୍ତି। ଅନ୍ୟ କ୍ଷୟକ୍ଷତି ଓ ଆହତଙ୍କ ସମ୍ପର୍କରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଭୂମିକମ୍ପ ପରେ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ସମ୍ଭାବ୍ୟ କ୍ଷୟକ୍ଷତିର ଆକଳନ ପାଇଁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିଛନ୍ତି।

Related Articles

Back to top button