Uncategorized
NTPC କୋଇଲା ବଙ୍କରରେ ବିସ୍ଫୋରଣ, ୫ ଗୁରୁତର ଆହତ


ଭୁବନେଶ୍ବର: ତାଳଚେର କଣିହାଁ ସ୍ଥିତ ନ୍ୟାସନାଲ ଥର୍ମାଲ ପାୱାର କୋର୍ପୋରେସନ (NTPC) ପ୍ଲାଣ୍ଟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ପ୍ଲାଣ୍ଟର ୟୁନିଟ୍-୧ରେ ଥିବା ‘କୋଇଲା ବଙ୍କର-୧’ରେ ଏହି ଦୁର୍ଘଟଣା ଘଟିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବିସ୍ଫୋରଣରେ ବଙ୍କରରେ କାର୍ଯ୍ୟରତ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ସୁଶାନ୍ତ ସାହୁ, କିଶୋର ପ୍ରଧାନ, ବଳରାମ ପ୍ରଧାନ, ଖଗେଶ୍ୱର ସାହୁ ଓ ସୁକଦେବ ଭୁତିଆ। ସେମାନଙ୍କ ମଧ୍ୟରୁ ଖଗେଶ୍ୱର ସାହୁ ଏବଂ ସୁକଦେବ ଭୁତିଆଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଶ୍ରମିକମାନଙ୍କୁ ଅଧିକ ଚିକିତ୍ସା ପାଇଁ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।



